ହାତୀ ମୃତ୍ୟୁ ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ, (ଓଡିଶା ଟାଇମ୍) :ତାମିଲନାଡୁରେ ସମସ୍ତ ହାତୀ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ସହାୟତାରେ ଯାଞ୍ଚ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଦାଏର ହୋଇଥିବା ଦୁଇଟି ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜଷ୍ଟିସ୍ ସୁନ୍ଦରେଶ ଓ ଜଷ୍ଟିସ ସତୀଶ କୁମାରଙ୍କ ଏହି ନିର୍ଦ୍ଦେଶ ଦେଇଛନ୍ତି।

୨୦୧୮ ମସିହାରେ ମେଘମାଲାଇରେ ୭ଟି ହାତୀଙ୍କ ସନ୍ଦେହଜନକ ମୃତ୍ୟୁ ହେବାପରେ ଆଡଭୋକେଟ ମନୋଜ ଇମାନୁଏଲ ପିଆଇଏଲ ଦାଖଲ କରିଥିଲେ। ଆବେଦନକାରୀଙ୍କ ପରାମର୍ଶଦାତା ଆଲାଗୁମାନି ଏବଂ ଲଜପଥୀ ରାୟ କହିଥିଲେ ବିଦ୍ୟୁତ୍ ତାର କାରଣରୁ ହାତୀଙ୍କ ମୃତ୍ୟୁ ହୋଇଥିଲା। ବନ୍ୟଜନ୍ତୁଙ୍କୁ ଅବୈଧ କାମ ପାଇଁ ଶିକାର କରାଯାଇଥିବା ଅଭିଯୋଗ ହୋଇଥିଲା।

ଆଡଭୋକେଟ୍ ଆଲାଗୁମାନି ଗଣମାଧ୍ୟମକୁ କହିଛନ୍ତି ଯେ ତାମିଲନାଡୁ ଜଙ୍ଗଲରେ ଅବୈଧ ହାତୀ ଶିକାର ବିଷୟରେ କହିଥିଲେ। ଜବାବରେ କୋର୍ଟ ଏକ ରିପୋର୍ଟ ପ୍ରଦାନ କରିବାକୁ WCCB କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ରେ ଦାଖଲ ହୋଇଥିବା WCCB କୁହାଯାଇଥିଲା ଯେ ଏହି ଅବୈଧ ହାତୀ ଶିକାର ମାମଲାରେ ଏକ ବଡ ଗ୍ୟାଙ୍ଗ ଜଡିତ ଅଛି ଏବଂ ଏହା ପଛରେ ଏକ ଶକ୍ତିଶାଳୀ କିଙ୍ଗପିନ୍ କାର୍ଯ୍ୟ କରୁଛି।

Leave a Reply

Your email address will not be published.