କୃଷ୍ଣସାର ମୃଗ ମାମଲା : ସଲମାନ୍‌ ଖାନ୍‌ଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ମୁମ୍ବାଇ, (ଓଡିଶା ଟାଇମ୍) :କୃଷ୍ଣସାର ମୃଗ ଶୀକାର ମାମ଼ଲାରେ ଯୋଦ୍ଧପୁର ଜିଲ୍ଲା ଏବଂ ସେସନ୍‌ ଅଦାଲତ ବଲିଉଡ୍‌ ଆକ୍ଟର ସଲମାନ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସଲମାନଙ୍କ ବିରୋଧରେ ଧାରା ୩୪୦ରେ ରାଜ୍ୟ ସରକାର ଦାଖଲ କରିଥିବା ମିଛ ସାକ୍ଷୀଙ୍କ ପ୍ରର୍ଥନା ପତ୍ରକୁ ଅଦାଲତ ଖାରଜ କରିଦେଇଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ସଲମାନ ଖାନ୍‌ଙ୍କ ବିରୋଧରେ ଦାୟର କରାଯାଇଥିବା ଯାଚିକାକୁ ତଳ କୋର୍ଟ ମଧ୍ୟ ଖାରଜ କରିଦେଇଥିଲେ ।

ପ୍ରାୟ ୨୧ ବର୍ଷ ପୂର୍ବେ କୋଙ୍କଣୀ ଗାଁରେ ସଲମାନ ଓ ତାଙ୍କ ସାଥୀମାନେ ୨ଟି କୃଷ୍ଣସାର ମୃଗ ଶିକାର କରିଥିଲେ। ଏଥିଲାଗି କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ କରିଥିବା ବେଳେ ସେ ଉପର କୋର୍ଟରେ ଆବେଦନ କରିଥୁଲେ । ମାମଲାରେ ସଲମାନ ଏବେ ସ୍ଥାୟୀ ହାଜିର ମାଫି ଲାଗି ନିବେଦନ କରିଥିବା ବେଳେ ଆଗାମୀ ଶୁଣାଣିରେ ହାଜର ନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋର୍ଟ ସଫାସଫା କହିଦେଇଥିଲେ ।

ସଲମାନଙ୍କ ସହ ଏହି ମାମଲାରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ,  ନିଲମ, ତବୁ, ସୋନାଲି ବେନ୍ଦ୍ରେ ଓ ଦୁଷ୍ୟନ୍ତ ସିଂହ ପ୍ରମୁଖ ଅଭିଯୁକ୍ତ ଥିଲେ । ତେବେ ସନ୍ଦେହ ଆଧାରରେ ଏମାନେ କୋର୍ଟରୁ ମୁକ୍ତ ହୋଇଯାଇଥିବା ବେଳେ ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *