ଅନ୍ଧାରୀ ଶାସନ: ମହିଳାଙ୍କୁ ଲଣ୍ଡା କଲା ଜାତିସମାଜ
କୁଚିଣ୍ଡା, (ଓଡିଶା ଟାଇମ୍) :ପାରିବାରିକ କଳହର ଅଭାବନୀୟ ଘଟଣା । ଝିଅ ଟିଏ ବାହା ହୋଇ ଶାଶୁ ଘର ଆସିଥାଏ । ମା ବଦଳରେ ଶାଶୁ ଏବଂ ଭଉଣୀ ବଦଳରେ ଯାଆଟି ପାଇଥାଏ । କିନ୍ତୁ ଯେତେବେଳେ ସେହି ଦୁହେଁ (ଶାଶୁ ଓ ଯାଆ) ସ୍ନେହ ବଦଳରେ ଅତ୍ୟାଚର କରିଥାନ୍ତି । ତେବେ ସି ଝିଅ କହିବା କାହାକୁ । ଏପରି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଗୋଟିଏ ପରିବାରରେ ଶାଶୂ, ଦୁଇ ବୋହୂ ମଧ୍ୟରେ କୌଣସି କାରଣରୁ କଳହ ଲାଗିଥିଲା। ଶେଷରେ କଥା ଗାଁ ସମାଜରେ କଥା ପଡିବା ପରେ ସମାଜର ଲୋକେ ବୋହୂଙ୍କ ମୁଣ୍ଡ ଲଣ୍ଡା କରିଛନ୍ତି। ଏପିରିକି ସାମାଜ ବୈଠକରେ ମହିଳାଙ୍କୁ ୬ ହଜାର ଟଙ୍କା ଜରିମାନା ଓ ଲଣ୍ଡା କରିବା ଘଟଣା । ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଖବର ଅନୁଯାୟୀ, ଗତ ୫ତାରିଖ ଦିନ କୁଚିଣ୍ଡା ଥାନା ପାରୁଆଭାଡ଼ି ଗାଁରେ ଜଣେ ମହିଳା , ଘରେ ତାଙ୍କ ସ୍ୱାମୀ ନଥିବା ବେଳେ ଶାଶୁ ଓ ବଡ଼ ଯା ଆସି ଯୌତୁକ କିଛି ଆଣିନଥିବା କହି ପାଟିତୁଣ୍ଡ କରିଥିଲେ । ମହିଳା ଜଣଙ୍କ କଣ ପାଇଁ ଏତେ ପାଟି କାଇ କରୁଛି କହି ବଡ଼ ଯାଙ୍କ ମୁହଁକୁ ହାତରେ ବନ୍ଦ କରିଥିଲେ । ଏଥିରେ ବଡ଼ ଯାଆ ଓ ଶାଶୁ ରାଗିଯାଇଥିଲେ । ପରେ ମହିଳାଙ୍କ ମିଶି ମାଡ଼ ମାରିବା ସହ ଚୁଡ଼ି ଭାଙ୍ଗିବା ଏବଂ ଲୁଗା ମଧ୍ୟ ଚିରି ଦେଇଥିଲେ । ଯାହାକୁ ନେଇ ଗାଁରେ ସାମାଜିକ ବୈଠକ ବସିଥିଲା । ଏଥିରେ ମହିଳାଙ୍କୁ ଲଣ୍ଡା କରିବା ସହିତ ୬ ହଜାର ଟଙ୍କା ଜରିମାନା କରାଯାଇଥିଲା। ବଡ଼ଯା’ଙ୍କୁ ପିଟିବା ଅର୍ଥ ଦେଡ଼ଶୁରଙ୍କୁ ପିଟିବା ସହ ସମାନ କହି ବୈଠକରେ ନିଷ୍ପତ୍ତି ଶୁଣାଇଥିଲେ।