ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା

ରାଉରକେଲା, (ଓଡିଶା ଟାଇମ୍) : ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା । ମୃତକ ହୋଟେଲ ବସେରା ମାଲିକ ସଜନ ମିତ୍ତଲ ବୋଲି ଜଣାପଡିଛି । ରାଉରକେଲା ଡିଲକ୍ସ ହୋଟେଲ ଲେନ୍‌ରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଫେରାର୍‌ ।

ଖବର ଅନୁଯାୟୀ, ରାଉରକେଲା ସହରର ବସେରା ହୋଟେଲର ମାଲି ସଜନ ମିତ୍ତଲ ସବୁଦିନ ପରି କାମ ସାରି ଘରକୁ ଫେରୁଥିଲା । କିନ୍ତୁ ପୂର୍ବରୁ ଘର ସାମ୍ନାରେ ଜଗି ବସିଥିବା ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲା । ସଜ୍ଜନ ସେଠାରେ ଲହୁ ଲୁହାଣ ହୋଇ ପଡିଯାଇଥିଲେ । ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଘଟଣାସ୍ଥଳରେ  ପ୍ଲାଣ୍ଟସାଇଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯିବାର ସମ୍ଭାବନା ରହିଛି ।  ତେବେ ସଜ୍ଜନ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି ନା ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି ତା ପୋଲିସ ତଦନ୍ତ କରୁଛି । ବ୍ୟବସାୟିକ ଶତ୍ରୁତା ରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ସେହିପରି ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇନାହିଁ ।

Leave a Reply

Your email address will not be published. Required fields are marked *