ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଙ୍ଗଳବାର ସଂଧ୍ୟାରେ ଏହି କ୍ୟାବିନେଟ୍ ବୈଠକ ବସିବ । ସେହିପରି ମନ୍ତ୍ରୀ ପରିଷଦର ବୈଠକ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି ।
ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ସାଢ଼େ ୫ଟା ରେ ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଆସନ୍ତା ୧୮ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୨ରେ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା ଆର୍ଥିକ ବର୍ଷର ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମୋହର ଲାଗିବ । ଏହାପରେ ସନ୍ଧ୍ୟା ୬ଟାରେ ବସିବ କ୍ୟାବିନେଟ୍ ବୈଠକ । ଆଜିର କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମଧ୍ୟ ମୋହର ଲାଗିବାର ସମ୍ଭାବନା ରହିଛି ।