ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ – ୧୫୦ ଜଣଙ୍କ ମୃତ୍ୟୁ ଆଶଙ୍କା, ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ନିୟୋଜିତ

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) : ଆଜି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ରାଇନି ଗ୍ରାମରେ ଏକ ବରଫ ହ୍ରଦରେ ସୃଷ୍ଟ ବନ୍ୟାରେ ଅତି କମରେ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ହିମସ୍ଖଳନ ଯୋଗୁ ଅଳକାନନ୍ଦା ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଫଳରେ ୧୩.୩ ମେଗାୱାଟ ବିଶିଷ୍ଟ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ପୁଲିସ୍ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ ଋଷିଗଙ୍ଗ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଲୋକ ଭାସିଯାଇଥିବା ଅନୁମାନ କରାଯାଉଛି। ଶ୍ରୀ କୁମାର କହିଛନ୍ତି, କିଛି ଲୋକମାନଙ୍କୁ ଭାସି ଯାଉଥିବା ସମୟରେ ଓ ଜମା ହୋଇଥିବା ବର୍ଜ୍ୟ ଗଦା ମଧ୍ୟରୁ ଉଦ୍ଧାର କରାଯାଇଛି। ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇ ଥିବା ସୂଚନା ମିଳିଛି। ବର୍ତ୍ତମାନ ବନ୍ୟା ଜଳ କରଣପ୍ରୟାଗରେ ପହଂଚି ସାରିଛି। ପୁଲିସ୍ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ ଅଧିକରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ରାଇନି ଗ୍ରାମରେ ଏକ ବରଫ ହ୍ରଦରେ ସୃଷ୍ଟ ବନ୍ୟାରେ ଅତି କମରେ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ହିମସ୍ଖଳନ ଯୋଗୁ ଅଳକାନନ୍ଦା ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଫଳରେ ୧୩.୩ ମେଗାୱାଟ ବିଶିଷ୍ଟ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଡିଜିପି କହିଛନ୍ତି ଯେ ତପୋବନ ଡ୍ୟାମରେ ଫସି ରହିଥିବା ୧୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଅଯାଉଛି। ଆଜି ସକାଳ ୧୦ଟା ୪୫ ମିନିଟରେ ଏହି ବିପର୍ଯ୍ୟୟ ଘଟିଥିବା ବେଳେ ଚାମୋଲିର ଦୁଇଟି ଡ୍ୟାମକୁ ପ୍ରଭାବିତ କରିଥିଲା ​​ଏବଂ ଏକ ସମୟରେ ରାଜ୍ୟର ସମସ୍ତ ବିପର୍ଯ୍ୟୟ ମୁକାବିଲା ପ୍ରଣାଳୀ ସକ୍ରିୟ ହୋଇଥିଲା। ନଦୀ କୂଳରେ ଅବସ୍ଥିତ ଅନେକ ଘର ଏବଂ ପଡ଼ାଗୁଡିକ ବନ୍ୟା ଜଳରେ ଭାସିଯିବା ଫଳରେ ତାହାର ଗତିପଥରେ ଆସିଥିବା ଶହ ଶହ ଗଛ ଉପୁଡ଼ି ପଡିଥିଲା। ଇତି ମଧ୍ୟରେ ଦେଶର ଉଚ୍ଚତମ ତେହେରୀ ଡ୍ୟାମରୁ ଜଳ ପ୍ରବାହ ବନ୍ଦ କରାଯାଇଛି ଯାହା ଫଳରେ ରୁଷିଗଙ୍ଗା ଏବଂ ଅଳକାନନ୍ଦାରେ ବୃଦ୍ଧି ପାଉଥିବା ଜଳ ସହଜରେ ନିଷ୍କାସନ କରାଯାଇପାରିବ।

 

Leave a Reply

Your email address will not be published. Required fields are marked *