ଆସନ୍ତାକାଲିଠୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଟ୍ରାକ୍ କୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର। ଏହିପରିପେକ୍ଷୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ବାଣୀବିହାର ପରିସରରେ ଥିବା ହାଇସ୍କୁଲ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ରବିବାର ଦିନ କ୍ଲାସକୁ ନେଇ ଓସ୍ତାର ବିରୋଧ ଉପରେ ମନ୍ତ୍ରୀ କହିଛନ୍ତି ଯେ, ଆମ ପାଇଁ ଚ୍ୟାଲେଞ୍ଜ ଅଛି, ସମସ୍ତ ଶିକ୍ଷକ ଏଥିରେ ସହଯୋଗ କରିବାକୁ ସେ କହିଛନ୍ତି । ପରୀକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲାଯାଇଥିଲା ସ୍କୁଲ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.