ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ମହାମାରୀ ପାଇଁ ଦୀର୍ଘ ୧୦ ମାସ ସ୍କୁଲ୍‌ ବନ୍ଦ ରହିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଶୀଘ୍ର ଖୋଲିପାରେ। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସଙ୍କେତ ଦେଇଛନ୍ତି।

ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଅଙ୍ଗନବାଡ଼ି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବ। ଏଥିପାଇଁ SOP ପ୍ରସ୍ତୁତ କରାଯାଉଛି।

ତେବେ ନିର୍ଦ୍ଦିଷ୍ଟ ଭାବେ କେବେଠାରୁ ସ୍କୁଲ୍‌ ଖୋଲିବ, ସେ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି ମନ୍ତ୍ରୀ ସମୀର ଦାଶ। ଆସନ୍ତା ସୋମବାରଠୁ ନବମ ଓ ଏକାଦଶ ଶ୍ରେଣୀର ମଧ୍ୟ ପାଠପଢ଼ା ଆରମ୍ଭ ହେବ।

Leave a Reply

Your email address will not be published.