ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଶୀତ ଲହରୀ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ତେବେ ଆସନ୍ତା ତିନିଦିନ ଯାଏଁ ଜାରି ରହିବ ଶୀତ ଲହରି । ଆସନ୍ତା ୭ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତର ପ୍ରକୋପ ମଧ୍ୟ ବଢ଼ିବ। ମାତ୍ର ଏହା ଦକ୍ଷିଣ ଉପକୂଳରେ ଅପରିବର୍ତ୍ତିତ ରହିବ। ୯ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିବା ଆରମ୍ଭ କରିବ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ।
ତେବେ ୬ତାରିଖ ଦିନ ଆଭ୍ୟନ୍ତର ଉତ୍ତର ଓଡ଼ିଶାର ପାଗ କୋହଲା ରହିପାରେ। ତେବେ ୮ ତାରିଖରୁ ଏହା ବଢ଼ିବା ଆରମ୍ଭ ହେବ। ୧୩ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ପର୍ୟ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ବିଶେଷ ଅନୁଭୂତ ହେବ ନାହିଁ।











