ରାଷ୍ଟ୍ରପତି ସେବା ମେଡାଲରେ ସମ୍ମାନିତ ହେଲେ ଓଡିଆ ପୁଅ ଡା. କୌଶିକ କୁମାର
ଭୁବନେଶ୍ବର, (ଓଡିଶା ଟାଇମ୍) :କୋଭିଡ୍ ମହାମାରୀରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧାରଣତନ୍ତ୍ର ଦିବସରେ ନୌସେନାର ଭେଷଜ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ସର୍ଜନ କମାଣ୍ଡର ଡାକ୍ତର କୌଶିକ କୁମାର ଭୋଳଙ୍କୁ ପୁରସ୍କୃତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସେ ବିଶିଷ୍ଟ ସେବା ମେଡାଲରେ ପୁରସ୍କୃତ ହୋଇଛନ୍ତି ।
କୌଶିକ କୁମାର ୨୦୧୪ ମସିହାରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମ୍ବିବିଏସ୍ ଓ ବାୟୁସେନା ଚିକିତ୍ସାଳୟ ବେଙ୍ଗାଲୁରରୁ ୨୦୧୪ରେ ଭେଷଜ ବିଜ୍ଞାନରେ ସ୍ନାତ୍ତକୋତ୍ତର ଉପାଧି ପ୍ରାପ୍ତ କରିଥିଲେ । ସେ ଭାରତୀୟ ନୌସେନାରେ ୨୦୦୬ରେ ଯୋଗଦେବା ପରେ ତାଙ୍କୁ ୨୦୧୧ ମସିହାରେ ନୌସେନାର ମୁଖ୍ୟ (ଦକ୍ଷିଣ) ମେଡ଼ାଲ ଓ ୨୦୧୯ରେ ନୌସେନାଧ୍ୟକ୍ଷ ମେଡାଲରେ ପୁରସ୍କୃତ କରାଯାଇଥିଲା ।











