ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କର ୯ ମାସର ହଷ୍ଟେଲ ଫି’ ଛାଡ : ଉପକୃତ ହେବେ ୩୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ITIରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍‌‌ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଏପ୍ରିଲ୍ ମାସ‌ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି’ ଛାଡ୍‌ କରାଯାଇଛି।

କରୋନା ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ତେଣୁ ଏହି ସମୟରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାରୀ ITI କଲେଜରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଜଣାପଡ଼ିଛି।

ସରକାରୀ ITIରେ ପଢୁଥିବା ଛାତ୍ରଛାତ୍ରୀ ମାସିକ ୧୨୫ ଟଙ୍କା ହଷ୍ଟେଲ ଫି’ ଦେଇଥାନ୍ତି। ତେଣୁ ଛାତ୍ରଛାତ୍ରୀ ୯ ମାସରେ  ୧,୧୨୫ ଟଙ୍କା ହଷ୍ଟେଲ ଫି’  ବାବଦରେ ଛାଡ୍‌ ପାଇବେ।

Leave a Reply

Your email address will not be published.