ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କୃଷକଙ୍କ ପାଇଁ ବଡ଼ ଘୋଷଣା। ଚାଷୀଙ୍କ ହିତରେ ପେଡ଼ି ଖୋଲିଦେଲେ। ପ୍ରଥମ ଥର ପାଇଁ ଟ୍ୟାବରେ ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ। ଭାରତ ଏକ କୃଷିଭିତ୍ତିକ ଦେଶ ହୋଇଥିବା ବେଳେ କୃଷକଙ୍କ ହିତରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
କୃଷକଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର। MSP ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି। ଚାଷୀଙ୍କ ଖର୍ଚ୍ଚର ଦେଢ଼ ଗୁଣା ଦେବା ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର। ସ୍ୱାମୀତ୍ୱ ଯୋଜନାକୁ ଏବେ ସାରା ଦେଶରେ ଲାଗୁ କରାଯିବ।ଚଳିତ ବର୍ଷ ଏହି ଯୋଜନା ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ଏହା କେବଳ ଆସାମରେ କାର୍ଯ୍ୟକାରୀ ହେଉଛି।
ମତ୍ସ୍ୟ ଓ ପଶୁପାଳନ ପାଇଁ ବଡ଼ ଘୋଷଣା କରାଯାଇଛି। ୟୁପିଏ ସରକାରଙ୍କ ତୁଳନାରେ ପାଖାପାଖି ୩ ଗୁଣା ଅଧିକ ରାଶି ମୋଦି ସରକାର କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପହଞ୍ଚାଇଛନ୍ତି। ସରକାରଙ୍କ ପକ୍ଷରୁ ଡାଲି, ଗହମ ଓ ଧାନ ସମେତ ଅନେକ ଫଲସକୁ MSP ବୃଦ୍ଧି କରିଛନ୍ତି।