ବଜେଟ୍-୨୦୨୧ : କେଉଁ ଯୋଜନା ଓ କ୍ଷେତ୍ରକୁ କେତେ ଟଙ୍କା ?

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି । କରୋନା ଭଳି କଠିନ ପରିସ୍ଥିତିରେ ଏହି  ସାଧାରଣ ବଜେଟ ଆସିଛି। ଦେଶପାଇଁ ଗତବର୍ଷ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା, ଯାହାର ସଫଳ ମୁକାବିଲା କରାଯାଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ସହାୟତା କରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଅଭିଭାଷଣରେ କହିଛନ୍ତି।

ଅର୍ଥମନ୍ତ୍ରୀ ଆର୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି । ଏଥିରେ ୬୪୧୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ଥାନୀୟ ମିଶନ ଦେଶରେ ଲଞ୍ଚ୍ କରାଯିବ । ବିଭିନ୍ନ ସହରରେ ଅମୃତ ଯୋଜନାକୁ ବଢାଯିବ । ଏଥିପାଇଁ ୨୮୭୦୦୦ କୋଟି ଟଙ୍କା ଜାରି କରାଯାଇଛି । ଏହା ସହ ଅମୃତ ଯୋଜନା ୨.୦ ମଧ୍ୟ ଘୋଷଣା କରାଯାଇଛି ।

ସେହିପରି କରୋନା ଭାକସିନ୍ ତିଆରି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ । ଏହା ତିନି ବର୍ଷରେ ତିଆରି ହୋଇଯିବ । ସେହିପରି ରେଳବାଇ, ଏନଏଚଏଆଇ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅନେକ ପ୍ରକଳ୍ପରେ ପୁଞ୍ଜି ନିବେଶ ହେବ । ଏହାପୂର୍ବ ବଜେଟ୍ ତୁଳନାରେ ୩୦ ପ୍ରତିଶତ ଅଧିକ ହେବ । ରାଜ୍ୟ ଓ ଲୋକଲ ବଡିକୁ ୨ ଲକ୍ଷ କୋଟି ପ୍ରଦାନ କରାଯିବ । ତାମିଲନାଡୁରେ ୧.୦୩ ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ, କେରଳରେ ୬୫ ହଜାର କୋଟିର ଜାତୀୟ ରାଜପଥ ତିଆରି ହେବ । ଏହାସହ ମୁମ୍ବାଇ-କନ୍ୟାକୁମାରୀ ଇକୋନୋମୀ କରିଡର ଘୋଷଣା କରାଯାଇଛି । ପଶ୍ଚିବମଙ୍ଗରେ କୋଲକାତା ଓ ସିଲିଗୁଡି ପାଇଁ ମଧ୍ୟ ଜାତୀୟ ରାଜପଥ ପ୍ରକଳ୍ପକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଆସାମରେ ଆସନ୍ତା ୩ ବର୍ଷ ମଧ୍ୟରେ ଜାତୀୟ ରାଜପଥ ଓ ଇକୋନୋମିକ୍ କରିଡର ପ୍ରତିଷ୍ଠା ହେବ । ଅଟୋ ସେକ୍ଟର ପାଇଁ ଭଲ୍ୟୁଣ୍ଟାରୀ ସ୍କ୍ରାପ୍ଟିଂ ପଲିସି ଘୋଷଣା ହୋଇଛି ।

ରେଳ ବଜେଟ୍ ପାଇଁ ମୋଟ୍ ୧.୧୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି ।

ବିଦ୍ୟୁତ ବିଭାଗ ପାଇଁ ୩ ଲକ୍ଷ କୋଟି ଘୋଷଣା କରାଯାଇଛି । ଏଥିରେ ହାଇଡ୍ରୋଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯିବ । ସମସ୍ତ ପ୍ରକଳ୍ପ ପିପିପି ମୋଡରେ ହେବ । ସେହିପରି ମର୍ଚ୍ଚାଣ୍ଚ ସିପ୍ସ ପାଇଁ ୧୬୨୪ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

Leave a Reply

Your email address will not be published. Required fields are marked *