ପିକ୍ଅପ୍ ଭ୍ୟାନ୍ ଓଲଟି ୭ ମୃତ
କୋରାପୁଟ, (ଓଡିଶା ଟାଇମ୍) : କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ରୁ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ପିକ୍ ଅପ୍ ଭ୍ୟାନ ଓଲଟିଥିବା ସୂଚନା ମିଳିଛି। ଗୋଟିଏ ଗାଁ ଲୋକ ଦଶାହ କର୍ମରେ ଯୋଗ ଦେଇ ଘରକୁ ଫେରୁଥିଲେ। ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ NH ୩୨୬ରେ ଦୁର୍ଘଟଣା ହୋଇଥିଲା।
ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି।