ଅମିତ ଶାହଙ୍କ ବଦଳରେ ହାଓ୍ୱଡା ରାଲିକୁ ସମ୍ବୋଧନ କରିବେ ସ୍ମୃତି ଇରାନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଶୁକ୍ରବାର ରାଜଧାନୀ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତକୁ ରବ୍ଦ କରାଯାଇଛି । ତେଣୁ ଶାହ  ହାଓ୍ୱଡାରେ ଆୟୋଜିତ ରାଲିରେ ଉଦବୋଧନ ଦେଇପାରିବେନି । ଶାହଙ୍କ ବଦଳରେ ସ୍ମୃତି ଇରାନୀ କର୍ମୀଙ୍କୁ ସମ୍ବୋଧିତ କରିବେ । ଏହି ରାଲିରେ ତୃଣମୂଳ କଂଗ୍ରେସର ରାଜୀବ ବାନାର୍ଜୀଙ୍କ ସମେତ ଅନେକ ନେତା ବିଜେପିରେ ସାମିଲ ହେବେ । ଏହି ନେତାମାନେ ଶନିବାର ଦିଲ୍ଲୀ ଯାଇ ଅମିତ ଶାହଙ୍କୁ ଭେଟିଥିଲେ ।

ଅମିତ ଶାହ ଜାନୁଆରୀ ୩୦ ଓ ୩୧ ତାରିଖରେ କୋଲକାତା ଗସ୍ତ କରିଥାନ୍ତେ । ଏହାସହ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥାନ୍ତେ । କିନ୍ତୁ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ଶାହଙ୍କୁ ବିଭିନ୍ନ ବୈଠକରେ ସାମିଲ ହେବା ସହ ସ୍ଥିତିକୁ ସମୀକ୍ଷା କରିବାକୁ ପଡୁଛି । ତେଣୁ ସେ କୋଲକାତା ଗସ୍ତକୁ ରବ୍ଦ କରିଛନ୍ତି ।

ଶାହଙ୍କ କୋଲକାତା ଗସ୍ତ ବାତିଲ ହେବା ପରେ ଶନିବାର ଟିଏମସିର ଅସନ୍ତୁଷ୍ଟ ନେତା ଯାଇଥିଲେ । ଏଥିରେ ଟିଏମସିର ନେତା ତଥା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ରହିଥିଲେ । ଏହାସହ ହାଓ୍ୱଡାର ବଲ୍ଲୀରୁ ବିଧାୟକ ବୈଶାଳୀ ଡାଲମିଆ, ଉତ୍ତରପାରା ବିଧାୟକ ପ୍ରବୀଣ ଘୋଷାଲ, ହାଓ୍ୱଡା ସହରର ପୂର୍ବତନ ମେୟର ରାଥିନ ଚକ୍ରବର୍ତ୍ତୀ, ରାଣାଘାଟର ପୂର୍ବତନ ବିଧାୟକ ପାର୍ଥସାରଥୀ ଚାଟାର୍ଜୀ ଓ ଅଭିନେତା ରୁଦ୍ରନୀଲ ଘୋଷ ଆଦି ଶାହଙ୍କୁ ଭେଟିଥିଲେ ।

Leave a Reply

Your email address will not be published. Required fields are marked *