ରାଜ୍ୟ ଜାରି କଲା ଫେବ୍ରୁଆରୀ ଗାଇଡଲାଇନ୍ : ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସିଲା ଫେବୃଆରୀ ମାସର ଗାଇଡ଼ଲାଇନ୍‌ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି । ସିନେମା ହଲ ଓ ଥ୍ରୀଏଟର ମାଲିକ ଓ କଳାକାରଙ୍କ ପାଇଁ ଖୁସିର ଖବର । ଫେବୃଆରୀ ମାସରେ  ସିନେମା ହଲ ଓ ଥ୍ରୀଏଟର ଖୋଲିବାକୁ ପୂର୍ଣ୍ଣ ଅନୁମତି ମିଳିଛି । ପୂର୍ବ ଗାଇଡଲାଇନ୍‌ରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବାକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର ।

ଗାଇଡଲାଇନ୍‌ ଅନୁସାରେ,  ବଡ ସମାବେଶ ଉପରେ ରୋକ ଲଗାଯାଇଛି । କିନ୍ତୁ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଥିବା ଲୋକଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଏହି ସବୁ ସ୍ଥାନରେ ପୂର୍ବରୁ ୨୦୦ ଲୋକଙ୍କୁ ଅନୁମତି ଥିବା ବେଳେ ଏହି ସଂଖ୍ୟା ୫୦୦କୁ ବୃଦ୍ଧି କରାଯାଇଛି । ଏହି ସବୁ ସ୍ଥାନରେ କୋଭିଡ଼ ନିୟମ ମାନି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ସେହିପରି ସିନେମା ହଲ ଓ ଥ୍ରୀଏଟରକୁ ପୂର୍ଣ୍ଣ ଅନୁମତି ମିଳିଥିବା ବେଳେ ଯାତ୍ରା ପରିବେଶଣକୁ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଫେବୃଆରୀ ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ଖୋଲିବାକୁ ଅନୁମତି ମିଳିଥିବା ବେଳେ ରାଜନୈତିକ କାର୍ଯ୍ୟକ୍ରମରେ ୫୦୦ଲୋକଙ୍କ ଉପସ୍ଥିତ ରହିବାକୁ ଅନୁମତି ମିଳିଛି । ସେହିପରି କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବ ପରି କଟକଣା ଜାରି ରହିବ । ତେବେ ଅଞ୍ଚଳରେ କରୋନା ସଂକ୍ରମଣର ସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନ୍ ଜିଲ୍ଲା ପ୍ରଶାସନ ସ୍ଥିର କରିବାକୁ ଗାଇଡଲାଇନ୍‌ରେ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *