ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ; ୬ ଉଦ୍ଧାର, ଜଣେ ନିିଖୋଜ
ପୁରୀ, (ଓଡିଶା ଟାଇମ୍) : ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଥିବା ୭ ପର୍ଯ୍ୟଟକଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣା ପଡ଼ିଛି। ତେବେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ନାଁ ଦୀପକ କୁମାର। ତାଙ୍କୁ ଖୋଜିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ସମସ୍ତ ପର୍ଯ୍ୟଟକଙ୍କ ଘର ଝାଡଖଣ୍ଡ ବୋଲି ସୂଚନା ମିଳିଛି।