ରମାଦେବୀ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା
ଯାଜପୁର, (ଓଡିଶା ଟାଇମ୍) : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା । ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଯାଜପୁର ଏସପି ଓ ସ୍ଥାନୀୟ ପୋଲିସକୁ ଭେଟିବେ ମହିଳା କମିଶନ ଅଧକ୍ଷା । ଗୁରୁବାର ଦିନ ମହିଳା କମିଶନ ଅଧ୍ୟକ୍ଷା କହିଥିଲେ ଏହା ଏକ ସମ୍ବେଦନଶୀଳ ଘଟଣା । ସଠିକ୍ ତଦନ୍ତ ପାଇଁ ପୋଲିସ ସହ ଆଲୋଚନା କରିବି । ଏ ମୃତ୍ୟୁରେ କିଏ କିଏ ସମ୍ପୃକ୍ତ ତା ଉପରୁ ପରଦା ହଟାଇବା ଉଚିତ୍ ।
ଝରାଫୁଲଙ୍କ ହତ୍ୟା ପଛରେ ପ୍ରେମ ସଂପର୍କ ରହିଥିବା ଜଣାପଡୁଛି । ଏହି ରହସ୍ୟମୟ ହତ୍ୟା ମାମଲାର ତଦନ୍ତ କରୁଥିବା କୁଆଖିଆ ପୋଲିସ ଗୁରୁବାର ରାତିରେ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରୁ ରାକେଶ ସ୍ବାଇଁ ନାମକ ଜଣେ ଯୁବକଙ୍କୁ ଉଠାଇ ନେଇଛି । ରେକେଶଙ୍କ ନାଁରେ ଝରଫୁଲଙ୍କ ବାପା ଅଭିଯୋଗ ଆଣିବା ପରେ କମିଶନରେଟ୍ ପୋଲିସ ସହାୟତରେ କୁଆଖିଆ ପୋଲିସ ତାକୁ ଗିରଫ କରିଛି । ତେବେ ରାକେଶ ନିଜେ ଏୟାରଫିଲ୍ଡ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଏବଂ ହତ୍ୟାକାଣ୍ଡ ସଂପର୍କରେ ପୋଲିସ ଆଗରେ ସବୁ ଗୁମର ଫିଟାଇଥିବା ଜଣାପଡ଼ିଛି ।