ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ବୌଦ୍ଧ, (ଓଡିଶା ଟାଇମ୍) : ବୌଦ୍ଧ ଜିଲା ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ନିକଟରେ ଗୁରୁବାର ଏକ ସଡକ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସକୁ ହାଇୱା ଧକ୍କା ଦେବା ଯୋଗୁଁ ୪ ଜଣ ଯାତ୍ରୀ ଆହତ ହେବା ସହ ଯାତ୍ରୀମାନେ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସଟି ମାଲକାନଗିରିରୁ ଭୁବନେଶ୍ୱରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି।
ଖବର ଅନୁଯାୟୀ, ଯାତ୍ରବାହୀ ବସ୍ଟି ମାଲକାନଗିରିରୁ ଭୁବନେଶ୍ୱର ଯାଉଥିଲା । କିନ୍ତୁ ଚାରିଛକ ନିକଟରେ ଛିଡା ହୋଇଥିବା ଏକ ହାଇଓ୍ୱାକୁ ପଛ ପଟୁ ଧକ୍କା ଦେଇଥିଲା ବସ୍ । ଯାହାଫଳରେ କି ୪ଜଣ ବସ୍ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୦ଯାତ୍ରୀ ।
ତେବେ ଦୁର୍ଘଟଣା ପରେ ହାଇଓ୍ୱା ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ପୁରୁଣାକଟକ ଥାନା ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଆହତ ବସ୍ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି ।