ଭିନ୍ନକ୍ଷମ କେନ୍ଦ୍ରରେ ସେକ୍ସ ରାକେଟ ! ଥାନାରେ ମାମଲା ରୁଜୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀର ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗ । ଭିନ୍ନକ୍ଷମ ଯୁବତୀ ଓ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ । ତାଲିମ୍ କେନ୍ଦ୍ରର ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବା ପାଇଁ ସଂସ୍ଥାର ମୁଖ୍ୟ ଏଭଳି କାଣ୍ଡ କରୁଥିବା ଭିଡିଓ ଭାଇରାଲ ହୋଇଛି ଥାନାରେ ମାମଲା ରୁଜୁ ପରେ ସଂସ୍ଥାର ମୁଖ୍ୟ ଫେରାର ହୋଇଯାଇଛନ୍ତି ।

ଭୁବନେଶ୍ବର ପଳାସପଲ୍ଲୀଠାରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ସଂସ୍ଥାରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ କମ୍ପୁଟର, ସିଲେଇ ଏବଂ ବିୟୁଟି ପାର୍ଲର ତାଲିମ ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି । କିନ୍ତୁ ସଂସ୍ଥାର ମୁଖ୍ୟ ସରକାରୀ ଅର୍ଥ ହଡ଼ପ କରିବା ସହ କାର୍ଯ୍ୟ ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବାକୁ କଲର୍ଗାଲ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ୍ ଭିଡିଓରେ ଜଣେ ଯୁବତୀଙ୍କୁ ଏକ କୋଠରୀରେ ଛାଡ଼ିବା ପରେ ଦଲାଲ ଜଣକ ବାହାର ପଟୁ ତାଲା ପକାଇ ଫେରି ଆସୁଛି । ଭିଡିଓରେ କିଛି ଅଶ୍ଲୀଳ କଥାବାର୍ତ୍ତା ମଧ୍ୟା ରହିଛି । ସଂସ୍ଥାର ସମ୍ପାଦକ ନିଜେ ମଧ୍ୟ କିଛି ଇଙ୍ଗିତ କରୁଥିବା ଭିଡିଓରେ ଦେଖାଯାଉଛି ।

Leave a Reply

Your email address will not be published. Required fields are marked *