ବହୁ ଚର୍ଚ୍ଚିତ ମାମୁଁ ଭଣଜା ଘାଇ, ଲୋକୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ ତରଫରୁ ଘାଇ ନିକଟରେ ଚାଲିଲା ଛାନ ଭିନ
ଯାଜପୁର, (ଓଡିଶା ଟାଇମ୍) : ଆମେ କହୁଚୁ ବହୁ ଚର୍ଚ୍ଚିତ ମାମୁଁ ଭଣଜା ଘାଇ ର କଥା।ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ କୋତପୁର ରମ୍ଭାପୁର ରେ ଗତ ଅଗଷ୍ଟ ମାସ ରେ କେଲୁଅ ନଦୀରେ ସୃଷ୍ଟି ହୋଇଥିଲା ମନୁଷ୍ୟ କୃତ ଘାଇ।ଏମିତିକି ଡେନମାଇଟ ଲଗାଇ ନୂତନ ଠିକାଦାରୀ କରିବା ଆଶାରେ ସହ ଶହ ଲୋକଙ୍କୁ ପାଣି ମୁହଁକୁ ଠେଲି ଦେଇଥିଲେ ଧର୍ମଶାଳା ର ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁଁ ଜେଇ ନରେନ ଜେନା।ଯାହାକୁ ନେଇ ଅନେକ ଅଭିଯୋଗ ମଧ୍ୟ ବାରମ୍ବାର ଆସିଥିଲା।ଏନେଇ ଧର୍ମଶାଳା ର ସୂଚନା ଅଧିକାର କର୍ମୀ ଶ୍ରୀଯୁକ୍ତ ସର୍ବେଶ୍ୱର ବେହୁରା ମାନ୍ୟବର ଲୋକୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଉ ଯାହାକୁ ନେଇ ମାନ୍ୟବର ଲୋକା ୟୁକ୍ତ ଘାଇ ର ଉପଯୁକ୍ତ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗ କୁ ଦାଇତ୍ୱ ଦେଇଥିଲେ।ତେବେ ଆଜି ସକାଳ ସମୟରେ କଟକ ଭିଜିଲାନ୍ସ ବିଭାଗ ର ଦୁଇ ଜଣ ଅତିରିକ୍ତ ଏସ୍ପି ହର ନାରାୟଣ ପତି, ଓ ରଞ୍ଜନ କୁମାର ଦାସ, ଏବଂ ଜଣେ ଭିଜିଲାନ୍ସ ବିଭାଗ ର ଟେକନିକାଲ ଇଂଜିନିଅର ତତ ସହିତ ଭିଜିଲାନ୍ସ ବିଭାଗ ର ଦୁଇ ଜଣ ଫଟୋ ଗ୍ରାଫର ଓ ଜଳ ସେଚନ ବିଭାଗ ର ମୁଖ୍ୟ ଯନ୍ତ୍ରୀ ଶିଶିର କୁମାର ପଟ୍ଟନାୟକ ଉକ୍ତ ମନୁଷ୍ୟ କୃତ ଘାଇ ନିକଟରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ।ତଦନ୍ତ ମୁତାବକ ପ୍ରଥମେ ନଦୀ ବନ୍ଧ ର ଲମ୍ଭ ଓ ଦର୍ଘ୍ୟ ,ପ୍ରସ୍ଥ ଓ ଗଭୀରତା ମପଚୁପ ମଧ୍ୟ କରିଥିଲେ।ଅନ୍ୟପଟେ କ୍ଷୀର କ୍ଷୀର ଆଉ ପାଣି ପାଣି ରେ ପରିଣତ ହେବ ଓ ଉପଯୁକ୍ତ ଦଣ୍ଡ ଦୋଷୀ ନିଚୟ ପାଇବେ ବୋଲି ପିଟିସନର ସର୍ବେଶ୍ୱର କହିଛନ୍ତି ।