ସ୍ବାଭିମାନ ଅଞ୍ଚଳରେ ସୁବ୍ରତ ବାଗଚୀ, ଚାଷୀମାନଙ୍କ ଉନ୍ନତି ପାଇଁ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ପ୍ରୋଜେକ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ସ୍କିଲ୍ ଡେଭଲପମେଣ୍ଟ ଅଧିକାରୀ ସୁବ୍ରତ ବାଗଚୀ ଏବଂ କୃଷି ସଚିବ ଡକ୍ଟର ସୌରବ ଗର୍ଗ ଚିତ୍ରକୋଣ୍ଡାର ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି। ଚିତ୍ରକୋଣ୍ଡା ଫାର୍ମଠାରେ  କରାଯାଉଥିବା ମଣ୍ଡିଆ ଚାଷକୁ ଅନୁଧ୍ୟାନ କରିଥିଲେ। ରସାୟନିକ ସାର ପରିବର୍ତ୍ତେ  ଆଦିବାସୀଙ୍କ ଜୈବିକ ସାର ପଦ୍ଧତିରେ କିପରି ଚାଷକୁ  ଉତ୍କୃଷ୍ଟ କରାଯାଇ ପାରିବ, ଏ ସଂପର୍କରେ ଆଲୋଚନା କରିବା ସହ ୫ ବର୍ଷରେ ୨୦ କୋଟି ଟଙ୍କା ବ୍ୟୟରେ ଏକ ପ୍ରୋଜେକ୍ଟ ତିଆରି କରାଯିବ ବୋଲି ପ୍ରକାଶ କରିଛନ୍ତି।

ଦକ୍ଷତା ବିକାଶ ଓ କୃଷି ଏହି ଦୁଇଟି ଜିନିଷକୁ କିପରି ଏକାଠି କରି ପାରିବା ସେହି ସମ୍ପର୍କରେ ଆଗକୁ ଆହୁରି ଜାତୀୟ ସ୍ତରରୁ କୃଷି ବୈଜ୍ଞାନିକଙ୍କ ସହିତ ଆଲୋଚନା କରି ଆହୁରି ଚାଷୀଙ୍କ ଉନ୍ନତି କରାଯିବ ସହ ପ୍ରଥମ ଥର ପାଇଁ ସ୍ଵାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୁବ୍ରତ ବାଗଚି। ଆଜି ଠାରୁ କୃଷୀଙ୍କ ପାଇଁ ଟୋଲଫ୍ରି ନମ୍ବର ୧୫୫୩୩୩ ର ଶୁଭାରମ୍ଭ କରିଛନ୍ତି। ଯାହା କି ଆଗାମୀ ଦିନରେ ଚାଷୀମାନେ ନିଜ ନିଜ ଅସୁବିଧା ସମ୍ପର୍କରେ ସିଧା ସଳଖ ଯୋଗ ଯୋଗ କରି ସମସ୍ୟାର ସମାଧାନ କରିପାରିବେ। କରୋନା ଭାଇରସର ପ୍ରାଥମିକ ପର୍ଯ୍ୟାୟରେ ସୁବ୍ରତ ବାଗଚୀ ଜନସାଧାରଣଙ୍କୁ ସଚେତନ କରିଥିଲେ।

Leave a Reply

Your email address will not be published.