କରୋନା ବିରୋଧରେ ଭାକ୍ସିନ ଯୁଦ୍ଧ; ଟିକାକରଣ ମହାଭିଯାନ ଆରମ୍ଭ କଲେ ମୋଦି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଟିକାକରଣ ମହାଭିଯାନର ଶୁଭାରମ୍ଭ ଆଜି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ୧୦.୩୦ ମିନିଟ୍ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି, କରୋନା ଭାକ୍ସିନର ୨ ଡୋଜ ପ୍ରତ୍ୟେକ ନାଗରିକ ନେବା ନିହାତି ଜରୁରୀ। ଗୋଟିଏ ଡୋଜ ନେବାର ଗୋଟିଏ ମାସ ବ୍ୟବଧାନରେ ଅନ୍ୟ ଡୋଜ ନେବା ନିହାତି ଦରକାର। ୨ୟ ଡୋଜ ଭୁଲିବାର ଭୁଲ ଆଦୌ ନ କରିବାରୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।