ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ପଦରୁ ଦୁଷ୍ୟନ୍ତ ଦଭେଙ୍କ ଇସ୍ତଫା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ଅଧ୍ୟକ୍ଷପଦରୁ ବରିଷ୍ଠ ଆଡଭୋକେଟ ଦୁଷ୍ୟନ୍ତ ଦଭେ ଗୁରୁବାର ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଏକ ସଂକ୍ଷିପ୍ତ ଇସ୍ତଫା ପତ୍ର ଲେଖିଥିବା ବେଳେ ଆସୋସିଏସନର ନେତା ଭାବେ କାର୍ଯ୍ୟ ଜାରି ରଖିବା ଲାଗି ସେ ତାଙ୍କର ଅଧିକାର ତ୍ୟାଗ କରୁଥିବା ଉଲ୍ଲେଖ କରିଛନ୍ତି।

ଏସସିବିଏଙ୍କ କାର୍ଯ୍ୟକାରୀ କମିଟି କାର୍ଯ୍ୟକାଳ ପୂର୍ବରୁ ସମାପ୍ତ ହୋଇସାରିଛି। ତେବେ କିଛି ଓକିଲଙ୍କ ଯୋଗୁ ଅନୁସୂଚୀ ଅନୁସାରେ ନିର୍ବାଚନ ଏବେ ସମ୍ଭବ ନୁହେଁ। ହେଲେ ସେମାନଙ୍କର ପରିସ୍ଥିତିକୁ ମଧ୍ୟ ସେ ଅନୁଭବ କରିପାରୁଥିବା ଦଭେ ତାଙ୍କ ପତ୍ରରେ ଲେଖିଛନ୍ତି। ତେବେ ଏପରି ପରିସ୍ଥିତିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ସେ ଅସମର୍ଥ ବୋଲି ଉଲ୍ଲେଖ କରିଛନ୍ତି।

ଦଭେ ତାଙ୍କ ପତ୍ରରେ କୋଭିଡ-୧୯ ମହାମାରୀରେ ସହାୟତା ଓ ସହଯୋଗ ଲାଗି ଏସସିବିଏର ପ୍ରତ୍ୟେକ ସଦସ୍ୟ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞପାନ କରିଛନ୍ତି। ତେବେ କେବଳ ଏସସିବିଏ ଅଧ୍ୟକ୍ଷ ନୁହନ୍ତି କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବରିଷ୍ଠ ଆଡଭୋକେଟ୍ ଚନ୍ଦର ଉଦୟ ସିଂହ ମଧ୍ୟ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟଯେ  ସୁପ୍ରିମକୋର୍ଟ ବାର ଅଧ୍ୟକ୍ଷ ଦଭେ ୩ କୃଷି ଆଇନର ବୈଧତାକୁ ଚାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ  ରୁଜୁ ମୋକଦ୍ଦମାରେ କେତେକ କୃଷକ ୟୁନିୟନର ପ୍ରତିନିଧିତ୍ୱ କରିଥିଲେ।

Leave a Reply

Your email address will not be published. Required fields are marked *