ବାଇକ୍ ଚାଳକଙ୍କୁ ୧ ଲକ୍ଷ ୧୩ ହଜାର ଟଙ୍କା ଜରିମାନା

ରାୟଗଡା , (ଓଡିଶା ଟାଇମ୍) : ବାଇକ ଚାଳକଙ୍କୁ ୧ ଲକ୍ଷ ୧୩ ହଜାରରୁ ଅଧିକ ଟଙ୍କାର ଫାଇନ୍‌ ଲଗାଇଲା ପରିବହନ ବିଭାଗ। ଜଣେ ବାଇକ୍ ଚାଳକଙ୍କୁ ଏତେ ମୋଟା ଅଙ୍କର ଫାଇନ୍‌ ପଡ଼ିଥିବା ଖବର ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ।

ବିନା ରେଜିଷ୍ଟ୍ରେସନରେ ବାହାର ରାଜ୍ୟରୁ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଳାଉଥିବା ଜଣେ ବାଇକ ଚାଳକକୁ ପରିବହନ ବିଭାଗର ଟ୍ରାଫିକ୍ ଇନସପେକ୍ଟର୍ ୧ ଲକ୍ଷ ୧୩ ହଜାର ୫ ଶହ ଟଙ୍କାର ଫାଇନ୍ କରିଛନ୍ତି। ଏହି ଚାଳକ ହେଲେ ମଧ୍ୟପ୍ରଦେଶ ଅମରପୁରର ପ୍ରକାଶ ବନଜରା। ପ୍ରକାଶ ବାଇକରେ ବୁଲି ଡ୍ରମ ବ୍ୟବସାୟ କରନ୍ତି।

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ଦିନ ଠାରୁ ଜିଲ୍ଲାର କଡ଼ାକଡ଼ି ଯାଞ୍ଚ କରାଯଉଛି। ଏହି କ୍ରମରେ ଆଜି ସହରର ଡିଆଇବି ଛକରେ ଯାଞ୍ଚ ଚାଲିଥିବା ଧରା ପଡ଼ିଯାଇଥିଲେ ପ୍ରକାଶ। ସେ ହେଲମେଟ୍ ପିନ୍ଧିନଥିବା ବେଳେ ତାଙ୍କ ବାଇକ୍‌ର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ନଥିଲା। ପ୍ରକାସ ମଧ୍ୟପ୍ରଦେଶରୁ ବାଇକ୍ କିଣିବା ପରେ ରେଜିଷ୍ଟ୍ରେସନ୍ ନ କରି ରାୟଗଡ଼ାରେ ଚଲାଇ ବ୍ୟବସାୟ କରୁଥିଲେ। ଆଉ ଆଜି ପରିବହନ ବିଭାଗର ଯାଞ୍ଚ

Leave a Reply

Your email address will not be published. Required fields are marked *