ଭାରସାମ୍ୟ ହରାଇ ଓଲଟିଲା ବସ୍, ଜଣେ ଗୁରୁତର

ଢେଙ୍କାନାଳ, (ଓଡିଶା ଟାଇମ୍) : ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ବସ୍‌। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ରାମିଆଳ ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ‘ଶ୍ରୀରାମଜୀ’ ନାମକ ଏହି ବସ୍‌ଟି ୨୫ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଆଳୁତୁମା ବ୍ରିଜ୍‌ ନିକଟରେ ଏନ୍‌ଏଚ୍‌-୫୩ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ହାଇୱା ଟ୍ରକ୍‌ ସାମ୍ନାକୁ ଚାଲି ଆସିବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

Leave a Reply

Your email address will not be published. Required fields are marked *