ଆଜି ପବିତ୍ର ମକର ସଂକ୍ରାନ୍ତି
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ପୂଜା , ମକର ଚାଉଳ ସହ ପିଠାର ଆୟୋଜନ ହେବା ସହ ରାଜ୍ୟର କିଛି ସ୍ୱତନ୍ତ୍ର ସ୍ଥାନରେ ଏହାକୁ ବିଶେଷ ଶୈଳୀରେ ପାଳନ କରାଯାଏ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ମକର ଚୈରାଅଶୀ ବେଶ। ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ଭୋଗ ଲାଗି କରାଯାଏ। ଉତ୍ତର ଓ ଦକ୍ଷିଣ ଭାରତରେ ମଧ୍ୟ ବେଶ ଧୂମଧାମରେ ମକର ସଂକ୍ରାନ୍ତି ପାଳନ କରାଯାଉଛି। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟଦେବ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାଆନ୍ତି। ସଂକ୍ରାନ୍ତିରେ ପ୍ରଭୁସୂର୍ୟ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି।
ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ମୁଖ୍ୟତଃ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ଆଜି ଏହି ପବିତ୍ର ଦିନରେ ଅରୁଆ ଚାଉଳ, ନୂଆଗୁଡ଼,ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଆଦି ମିଶ୍ରଣ କରାଯାଇ ମକର ଚାଉଳ ପ୍ରସ୍ତୁତ କରାଯାଏ। ଏହାକୁ ମନ୍ଦିରରେ ଓ ଗୃହରେ ସମସ୍ତ ଦେବାଦେବୀଙ୍କ ନିକଟରେ ଭୋଗ ଭାବେ ଅର୍ପଣ କରାଯାଏ। ଆଜି ସମସ୍ତ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିବା ସହ ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯାଏ। Homemade porn https://www.amateurest.com/ USA.











