ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମା’

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ନୟାଗଡ ଯଦୁପୁରର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ପରୀର ମାଆ ସୌଦାମିନୀ ସୁପ୍ରିମକୋର୍ଟ​ର ଦ୍ବାରସ୍ଥ ହୋଇଛନ୍ତି। ପରୀ ହତ୍ୟା ଘଟଣାର ତଦନ୍ତ ଦାବି ଏବଂ ଉଚିତ ନ୍ୟାୟ ଦାବିରେ ସେ ସୁପ୍ରିମକୋର୍ଟରେ ମାମଲା ଦରଜ କରିଛନ୍ତି।

ରାଜ୍ୟ ସରକାର ଏସଆଇଟି ଗଠନ କରି ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ ପରୀର ପରିବାର ପକ୍ଷରୁ ଉପଯୁକ୍ତ ନ୍ୟାୟ  ପାଇଁ  ସୁପ୍ରିମ କୋର୍ଟରେ ମାମଲା ଦାଖଲ କରାଯାଇଛି।

Leave a Reply

Your email address will not be published. Required fields are marked *