ଦେଶରେ ପୁଣି ବୃଦ୍ଧି ପାଇଲା କୋଭିଡ଼ ସଂକ୍ରମିତ, ଗତ ୨୪ଘଣ୍ଟାରେ ୧୫୯୬୮ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧ-ହ୍ରାସ ପାଇବାରେ ଲାଗିଛି । ମଙ୍ଗଳବାର ତୁଳନାରେ ବୁଧବାର ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ ଦେଶରେ ୧୫.୯୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଲଗାତର ଭାବେ ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୧୫,୯୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଏବେ ଯାଏଁ ଦେଶରେ ମୋଟ ୧,୦୪,୯୫,୧୪୭ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୨୦୨ଜଣ କରୋନାରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ଯାଏଁ ଦେଶରେ ମୃତ୍ୟୁ ସଂଖ୍ୟା ୧,୫୧,୫୨୯ରେ ପହଞ୍ଚିଛି । ମୋଟ ମୃତକଙ୍କ ସଂଖ୍ୟା ୧.୫ ଲକ୍ଷ ପାର୍ ହୋଇଛି ।
ସେହିପରି ଗତ ୨୪ଘଣ୍ଟାରେ ୧୭,୮୧୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ଯାଏଁ ମୋଟ ୧,୦୧,୨୯,୧୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କ୍ରମାଗତ ଭାବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଲଗାତର ଭାବେ ଦେଶରେ ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି । ଏବେ ଯାଏଁ ଦେଶରେ ୨,୧୪,୫୦୭ଟି କରୋନା ଆକ୍ଟିଭ୍ କେସ୍ ରହିଛି । ଯାହାକି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।