ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି । ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍‌ରୁ କୋଭିସିଲ୍ଡ ଟିକା ଭୁବନେଶ୍ବରରେ ପହଞ୍ଚିଛି । କଡା ସୁରକ୍ଷା ବଳୟ ମଧ୍ୟରେ ଏହି ଟିକା ରାଜ୍ୟ ଔଷଧ ନିଗମକୁ ନିଆଯାଉଛି । ଆସନ୍ତ ୧୬ ତାରିଖରେ ଟିକାକରଣ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଏହି ଟିକା ଦିଆଯିବ । ଏହାପରେ ଆଉ ୨୦ ହଜାର କୋଭାକ୍ସିନ୍ ଚିକା‌ ଖୁବ୍‌ଶୀଘ୍ର ଆସି ପହଞ୍ଚିବ । ପ୍ରଥମେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ ।

Leave a Reply

Your email address will not be published.