ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର
ଝାରସୁଗୁଡା, (ଓଡିଶା ଟାଇମ୍) :ନିଆଁରେ ପୋଡି ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ନିଆଁରେ ପୋଡ଼ି ହୋଇଥିବା ସମସ୍ତ ଗୁରୁତର ଗୋଟିଏ ପରିବାରର ବୋଲି ଜଣାପଡିଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାନଗର ହରିଓମ୍ ବିହାରରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ବ୍ରଜରାଜନଗର ହରିଓମ ବିହାରରେ ଗୋଟିଏ ଘରେ ଅଚାନକ ନିଆଁ ଲାଗିଯାଇଥିଲା । ଯାହାଫଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା , ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି ।
ଘରେ ଥିବା ଏକ ପଲଙ୍କରେ ବାବୁ ସିଂହ, ତାଙ୍କ ମା, ଭଉଣୀ ଓ ଭାଣିଜୀ ଶୋଇଥିବାବେଳେ ଅଚାନକ ନିଆଁ ଲାଗି ସମସ୍ତେ ଗୁରୁତର ହୋଇଥିଲେ। ନିଆଁର କାରଣ ଜଣା ପଡ଼ିନାହିଁ। ସକାକୁ ଖବରପାଇ ସ୍ଥାନୀୟ ଲୋକେ ପହଂଚି ପାଣି ଓ ବାଲି ଫୋଫାଡ଼ି ନିଆଁ କୁ ଆୟତ୍ତ କରିଥିଲେ।ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।