ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) :ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ହେଲା ଶୁଭାରମ୍ଭ । କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‍ ଏବଂ ପ୍ରାକୃତିକ ଗ୍ୟାସ୍‍ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସ୍‍ଆର ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍, ଓବିସିସି ସହଯୋଗିତାରେ ଏହା କାର୍ଯ୍ୟକାରୀ ହେଉଛି ।

ବିନ୍ଦୁସାଗର ଜଳକୁ ସ୍ବଚ୍ଛ ଓ ନିର୍ମଳ କରିବା ଲାଗି ହାଇଡ୍ରୋ ଡାଇନାମିକ୍ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ । ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ । ଗତ ବର୍ଷ ଜୁନ୍ ମାସରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ (ଓବିସିସି) ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‍ ଅଫ୍‍ କେମିକାଲ୍‍ ଟେକ୍ନୋଲୋଜି ଭିତରେ ବିନ୍ଦୁସାଗର ଜଳର ସ୍ବଚ୍ଛତାକୁ ନେଇ ବୁଝାମଣା ହୋଇଥିଲା ।

Leave a Reply

Your email address will not be published.