ଶୁକ୍ରବାରଠାରୁ ଖୋଲିବ ବାବା ଧବଳେଶ୍ଵରଙ୍କ ପୀଠ
ଆଠଗଡ଼, (ଓଡିଶା ଟାଇମ୍) :କୋଭିଡ୍ ନିୟମ ଅନୁସାରେ ଶୁକ୍ରବାରଠାରୁ ଖୋଲିବ ବାବା ଧବଳେଶ୍ଵରଙ୍କ ପୀଠ । ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ଧବଳେଶ୍ଵରଙ୍କ ମନ୍ଦିର ଖୋଲିବା ପାଇଁ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ନିଷ୍ପତ୍ତି ଅନୁଯାୟୀ ୮ ତାରିଖରେ ପୂଜକଙ୍କ ପରିବାର, ୯ ଓ ୧୦ ତାରିଖରେ ମଞ୍ଚେଶ୍ବର ପଞ୍ଚାୟତ ଓ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ କରିପାରିବେ । ଗୋଟିଏ ଥରରେ ୫୦ଜଣ ଭକ୍ତ ଦର୍ଶନ କରିବାର ସୁବିଧା କରାଯିବ । ଭକ୍ତମାନେ ନିଜ ନିଜ ଭିତରେ ୬ ଫୁଟ ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରିବେ ବୋଲି ଆଠଗଡ ଉପଜିଲ୍ଲାପାଳ କହିଛନ୍ତି ।