ପରୀ ମାମଲାରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ, ଜୁଭେନାଇଲ କୋର୍ଟକୁ ମାମଲା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ
ନୟାଗଡ଼, (ଓଡିଶା ଟାଇମ୍) :ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ । ଜୁଭେନାଇଲ କୋର୍ଟକୁ ମାମଲା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମଙ୍ଗଳବାର ପକ୍ସୋ କୋର୍ଟରେ ଶୁଣାଣି ହୋଇଥିଲା । ଅଭିଯୁକ୍ତର ବୟସକୁ ନେଇ ଚାଲିଥିଲା ଶୁଣାଣି । ଆଜି ବି ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।
ଅଭିଯୁକ୍ତ ନାବାଳକ ଥିବାରୁ ତାର ଶୁଣାଣି ଜୁଭେନାଇଲ କୋର୍ଟରେ କରିବାକୁ ଅଭିଯୁକ୍ତର ଓକିଲ କୋର୍ଟରେ ଆବେଦନ କରିଛନ୍ତି । ଏ ନେଇ ତାର ଜନ୍ମ ସାର୍ଟିଫିକେଟ୍ ଏବଂ ମାଟ୍ରିକ୍ ସାର୍ଟିଫିକେଟ୍ କୋର୍ଟରେ ଦାଖଲ କରିଥିଲେ ଅଭିଯୁକ୍ତର ଓକିଲ ।