ମାଟ୍ରିକ ପରୀକ୍ଷା ; ପ୍ରତି ବିଷୟ ପାଇଁ ୮୦ ନମ୍ବର
କଟକ, (ଓଡିଶା ଟାଇମ୍) :ଆସନ୍ତା ମେ’ ୩ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା ହେବ। ତେବେ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ପ୍ରତି ବିଷୟରେ ୮୦ ନମ୍ବର ହେବ ମାଟ୍ରିକ ପରୀକ୍ଷା । ୫୦ ନମ୍ବର ଅବଜେକ୍ଟିଭ୍ । ଏବଂ ୩୦ ନମ୍ବର ସବ୍ ଜେକ୍ଟିଭ୍ । କିନ୍ତୁ ରେଜଲ୍ଟ ବେଳେ ୧୦୦ ନମ୍ବରରୁ ମୂଲ୍ୟାୟନ କରାଯିବ । ଅର୍ଥାତ୍ ପରୀକ୍ଷାର୍ଥୀ ୮୦ ନମ୍ବରରୁ ଯେତିକି ନମ୍ବର ପାଇଥିବେ ସେହି ଅନୁଯାୟୀ ଅବଶିଷ୍ଟ ୨୦ରୁ ହିସାବ କରାଯିବ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ ସେହ ବିଷୟରେ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା ।