ବଢିବ ତାପମାତ୍ରା, ୧୪ ଯାଏଁ କମ୍ ରହିବ ଶୀତ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହ ଶୀତର ପ୍ରକୋପ ସାମାନ୍ୟ କମ୍ ରହିବ । କିଛି ସ୍ଥାନକୁ ଛାଡିଦେଲେ ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକ ଉପରେ ରହିବ । ଏପରି ସ୍ଥିତି ରହିବ ଜାନୁଆରୀ ୧୪ ଯାଏଁ ଲାଗି ରହିବ । ଏହାପରେ ଅର୍ଥାତ୍ ତୃତୀୟ ସପ୍ତାହରେ (୧୫-୨୧ ତାରିଖ) ଭୀଷଣ ହାଡ଼ଭଙ୍ଗା ଶୀତ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ, ଆସନ୍ତା ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଫଳରେ ଶୀତ କମିଯିବ । ଆସନ୍ତା ୪ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ସମ୍ଭାବନା କମ୍ ରହିଛି। କିନ୍ତୁ ୩ ତାରିଖରୁ ପବନର ଦିଗ ବଦଳିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ୩ ଡିଗ୍ରୀ ସେଲସିୟସ୍ ବଢ଼ିଯିବ । ଫଳରେ ଶୀତ ସାମାନ୍ୟ କମିଯିବ ।