୭ ବ୍ରିଟେନ୍ ଫେରନ୍ତାଙ୍କ କରୋନା ରିପୋର୍ଟ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ବ୍ରିଟେନ୍ ରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଷ୍ଟ୍ରେନ୍ ବ୍ରିଟେନ୍ ବ୍ୟତୀତ ଏବଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି । ବ୍ରିଟେନ୍ ରୁ ଲୋକ ଭିନ୍ନ ଭିନ୍ନ ଦେଶକୁ ଫେରିଥିବାରୁ ଏହାକୁ ନେଇ ଏବେ ଚିନ୍ତା ବଢିଛି ।

ବ୍ରିଟେନରୁ ୧୮୪ଜଣ ଓଡିଶାକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ବ୍ରିଟେନ୍ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୩ ଜଣ ତାଙ୍କ ସସ୍ପର୍ଶରେ ଆସିଥିବା ସୂଚନା ମିଳିଛି ।

ତେବେ ସବୁଠୁ ଆସ୍ବସ୍ଥିକର କଥା ଯେ ୭ ଜଣଙ୍କ ମଧ୍ୟରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ର କୌଣସି ଲକ୍ଷଣ ମିଳିନାହିଁ । ପଜିଟିଭ୍ ଥିବା ବ୍ୟକ୍ତିଙ୍କର ଟେଷ୍ଟ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ପୁନେରୁ ଆସିନାହିଁ । ଏ ନେଇ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.