୨୦୨୧ ମେ’ ୪ରୁ ସିବିଏସଇ ବୋର୍ଡ ପରୀକ୍ଷା, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :CBSE ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି କେନ୍ଦ୍ର ଶିକ୍ଷା ବଭାଗ । ମେ ୪ ତାରିଖରୁ CBSE ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଏହା ଜୁନ୍‌ ୧୦ଯାଏଁ ଚାଲିବ ବୋଲି ସୂଚନା ମିଳିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି ଯେ, CBSE ବୋର୍ଡ ପରୀକ୍ଷା ମେ ୪ ତାରିଖରୁ ଆରମ୍ଭ ହୋଇ ଜୁନ ୧୦ ତାରିଖ ଯାଏଁ ଚାଲିବ । ଯଦି କରୋନାର ପ୍ରକୋପ ଥାଏ ତେବେ ସେଥିପାଇଁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଏହା ସହ ୧୦ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଫଳ ୧୫ ଜୁଲାଇରେ ଘୋଷଣା ହେବ  । CBSE ବୋର୍ଡ ପରୀକ୍ଷାର ପୂରା ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ।

 

Leave a Reply

Your email address will not be published.