କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସୋମବାର ଅସୁସ୍ଥ ହୋଇପଡ଼ିଛନ୍ତି। କଂଗ୍ରେସର ପ୍ରତିଷ୍ଠା ଦିବସରେ ସିବିଆଇର ନିସ୍କ୍ରିୟତାକୁ ନେଇ ଏକ ଖୋଲା ଜିପରେ ଭାଷଣା ଦେଉଥିବା ବେଳେ ଅଚେତ ହୋଇ ପଡ଼ିଥିଲେ। ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲେ ନରସିଂହ ମିଶ୍ର । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଦୂର ବାଟରୁ ଆସି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦୀର୍ଘ ଯାତ୍ରା ଜନିତ କ୍ଲାନ୍ତ ଯୋଗୁଁ ଏପରି ଘଟିଥାଇପାରେେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ନିରଞ୍ଜ କହିଛନ୍ତି ।

Leave a Reply

Your email address will not be published.