ଆଦିତ୍ୟ ବିର୍ଲା ହେଲଥ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଭୁବନେଶ୍ୱରରେ ଦ୍ୱିତୀୟ ସମ୍ପୂର୍ଣ୍ଣ-ସେବା ଶାଖା ଉଦଘାଟିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍‌ର ସ୍ୱାସ୍ଥ୍ୟ ବୀମା କଂପାନି ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଭୁବନେଶ୍ୱରରେ ଏହାର ଦ୍ୱିତୀୟ ସମ୍ପୂର୍ଣ୍ଣ-ସେବା ଶାଖା ଉଦଘାଟନ କରାଯାଇଛି । ନୂଆ ଶାଖାକୁ ପ୍ରଥମ ମହଲା, ୫-ବି, ଜନପଥ, ୟୁନିଟ୍‌-୩, ଖାରବେଳ ନଗର, ଭୁବନେଶ୍ୱର-୭୫୧୦୦୧ରେ ଖୋଲାଯାଇଛି ।
ବର୍ତମାନର ଅଭାନବୀୟ ସ୍ୱାସ୍ଥ୍ୟ ପରିସ୍ଥିତିରେ ଏହି ନୂତନ ଶାଖା ଜରିଆରେ କଂପାନି ଅଧିକ ଲୋକଙ୍କ ପାଖରେ ପହଂଚିପାରିବ ଏବଂ ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେଇପାରିବ । କଂପାନି ଏହାର ସମନ୍ୱିତ ସ୍ୱାସ୍ଥ୍ୟ ବୀମା ସମାଧାନ ଜରିଆରେ ସୁସ୍ଥକର ଜୀବନଯାପନର ପ୍ରସାର କରିବ । କଂପାନି ତରଫରୁ ଏକ ଡିଜିଟାଲ୍ ରଣନୀତି ପ୍ରସ୍ତୁତ କରାଯାଇଛି ଯାହା ଜରିଆରେ ଗ୍ରାହକମାନେ ସ୍ୱାସ୍ଥ୍ୟ ବୀମା ସହିତ ସମନ୍ୱିତ ହୋଇ ରହିଥିବା ୱେଲନେସ୍ ପ୍ରୋଗ୍ରାମ୍‌କୁ ମଧ୍ୟ ଚୟନ କରିପାରିବେ ।

ଫିଜିଟାଲ୍‌ରେ ଉଭୟ ପ୍ରତ୍ୟକ୍ଷ ଏବଂ ଡିଜିଟାଲ ମାଧ୍ୟମକୁ ବ୍ୟବହାର କରି ସମାଧାନ ପ୍ରଦାନ କରାଯାଉଛି ଯାହା ସ୍ପର୍ଶବିହୀନ ରହୁଥିବା ବେଳେ ସନ୍ତୋଷର ସ୍ତର ଉଚ୍ଚ ରହୁଛି ।

ସ୍ୱାସ୍ଥ୍ୟ ଓ ସାମଗ୍ରିକ କଲ୍ୟାଣର ପ୍ରସାର କରୁଥିବା କଂପାନି ଭାବେ ଆଦିତ୍ୟ ବିର୍ଲା ହେଲଥ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ମହାମାରୀ ସମୟରେ ଶାଖା ଖୋଲିବା ବେଳେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ସୁରକ୍ଷା ଓ ସ୍ୱାସ୍ଥ୍ୟର ଆବଶ୍ୟକତା ପ୍ରତି ପ୍ରତିକ୍ରିୟା ସ୍ୱରୂପ ଶାଖାଗୁଡ଼ିକ ଉଭୟ ଗ୍ରାହକ ଓ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ କୋଭିଡ୍‌୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି । ସାମାଜିକ ଦୂରତ୍ୱ, ସର୍ବଦା ମାସ୍କ ପିନ୍ଧିବା, ଶାଖାକୁ ନିୟମିତ ସାନିଟାଇଜ୍ କରିବା, ପ୍ରବେଶ କରୁଥିବା ଲୋକମାନଙ୍କ ଶରୀରର ତାପମାତ୍ରା ମାପିବା ଏବଂ ହାତ ସାନିଟାଇଜ୍ କରିବା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି ଅବସରରେ ଶ୍ରୀଯୁକ୍ତ ମୟଙ୍କ ବଥ୍‌ୱାଲ୍‌, ସିଇଓ, ଆଦିତ୍ୟ ବିର୍ଲା ହେଲଥ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍ କହିଛନ୍ତି ଯେ, “ଭୁବନେଶ୍ୱରରେ ଆମର ଦ୍ୱିତୀୟ ସମ୍ପୂର୍ଣ୍ଣ ସେବା ଶାଖା ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ ଯେଉଁଠାରେ ଆମେ ସହରର ବାସିନ୍ଦାମାନଙ୍କୁ ବ୍ୟକ୍ତିଗତ ସୁହାଇବା ଭଳି ସ୍ୱାସ୍ଥ୍ୟ ବୀମା ସମାଧାନ ପ୍ରଦାନ କରୁଛୁ । ଭାରତରେ ସ୍ୱାସ୍ଥ୍ୟ ବୀମାର ବୃଦ୍ଧି କ୍ଷେତ୍ରରେ ବହୁ ଆବଶ୍ୟକ ପରିବର୍ତନର ବାର୍ତାବହ ଭାବେ ଆମେ ନିଜକୁ ଦେଖୁଛୁ । ସ୍ୱାସ୍ଥ୍ୟ ବୀମାରେ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ଆମର ବ୍ୟବସାୟ ମଡେଲ୍‌କୁ ପ୍ରଥମେ ସ୍ୱାସ୍ଥ୍ୟ ଦର୍ଶନ ଉପରେ ଗଠନ କରାଯାଇଛି ।’’

Leave a Reply

Your email address will not be published.