ଆଖଣ୍ଡଳମଣୀଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରୀ: ଜାନୁଆରୀ ୩ ତାରିଖରେ ଖୋଲିବ ମନ୍ଦିର

ଭଦ୍ରକ, (ଓଡିଶା ଟାଇମ୍) :ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ ସଂଘଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆସନ୍ତା ଜାନୁଆରୀ ୩ରୁ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହର ବାଜିବା ପରେ ରବିବାର ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଆଖଣ୍ଡଳମଣିଙ୍କ କାର୍ଯ୍ୟାଳୟ ପରିସରରେ ସେବାୟତଙ୍କ ସହ ଏକ ବୈଠକ ବସିଥିଲା।

ସର୍ବପ୍ରଥମେ ସେବାୟତ ପରିବାରଙ୍କ ଦର୍ଶନ ପାଇଁ ଆସନ୍ତା ୨୮ଓ ୨୯ରେ ମନ୍ଦିର ଖୋଲିବ। ସ୍ଥାନୀୟ ୪ଟି ପଞ୍ଚାୟତର ଲୋକଙ୍କ ଦର୍ଶନ ପାଇଁ ୩୦ ଓ ୩୧ ତାରିଖରେ ମନ୍ଦିର ଖୋଲିବ। ଜାନୁଆରୀ ୧ ଓ୨ ତାରିଖରେ ମନ୍ଦିର ବନ୍ଦ ରହିବା ସହିତ ୩ରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ  ମନ୍ଦିର ଖୋଲିବ। ଏଥିପାଇଁ SOP ଜାରୀ କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ କରିବେ। ଏହା ବ୍ୟତୀତ ବାକି ସମୟରେ ମନ୍ଦିର ପୂର୍ବ ପରି ବନ୍ଦ ରହିବ । ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜାସାମଗ୍ରୀ ନେଇ ପାରିବେ ନାହିଁ। ତାହାସହ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ଯାତ୍ରୀମାନେ ରହିପାରିବେ ନାହିଁ।

ସ୍ବତନ୍ତ୍ର ବ୍ୟାରିକେଟ ମାଧ୍ୟମରେ ଯାଇ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ। ତାହାସହ ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ ସହିତ ସାନିଟାଇଜ କରାଯିବ। ମାସ୍କ ପିନ୍ଧିବା ବାଧ୍ଯତାମୂଳକ କରାଯାଇଥିବା ବେଳେ କୋଭିଡ ଲକ୍ଷଣ ଥିଭା ଭକ୍ତଙ୍କର  ମନ୍ଦିର ପରିସର ମଧ୍ଯରେ ଥିବା ଅସ୍ଥାୟୀ କ୍ଯାମ୍ପରେ କୋଭିଡ ଟେଷ୍ଟ କରାଯିବ ବୋଲି ବୈଠକରେ ଉପ ଜିଲ୍ଲପାଳ ତଥା ମନ୍ଦିର ଟ୍ରଷ୍ଟି ଜଣାଇଥିଲେ।

Leave a Reply

Your email address will not be published.