କୃଷକ ନେତା ରାକେଶ ଟିକୈତଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କୃଷକ ଆନ୍ଦୋଳନ ନେତୃତ୍ୱ ନେଉଥିବା ସଙ୍ଗଠନ ଭାରତୀୟ କିଷାନ ୟୁନିଅନର ଜଣେ ନେତାଙ୍କୁ ହତ୍ୟା ଧମକ ଦିଆଯାଇଛି । ସଙ୍ଗଠନ ନେତା ରାକେଶ ଟିକୈତଙ୍କୁ ବିହାରରୁ ଫୋନ ଯୋଗେ ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ବାରମ୍ବାର ତାଙ୍କ ପାଖକୁ ବିହାରରୁ ଜୀବନରେ ମାରିଦେବା ପାଇଁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଛି । ସେ ଏହାର କଲ ରେକର୍ଡ କରି ପୋଲିସରେ ଦେଇଛନ୍ତି । ଏହାସହ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାକେଶଙ୍କ ସହଯୋଗୀ ଅର୍ଜୁନ ବାଲିୟାନ କହିଛନ୍ତି ଯେ, ଶନିବାର ରାକେଶ ୟୁପିରେ କୃଷକଙ୍କ ଆନ୍ଦୋଳନରେ ସାମିଲ ଥିଲେ । ସେହି ସମୟରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଅପଶବ୍ଦ ପ୍ରୟୋଗ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।ଏଠାରେ କହି ରଖୁଛୁ ଯେ, ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ ଶନିବାର ସିଙ୍ଘୁ ସୀମା ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି । ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *