ମୁଖ୍ୟମନ୍ତ୍ରୀଙ୍କଠୁ ସରପଞ୍ଚ ସମସ୍ତେ ଦେବେ ସମ୍ପତ୍ତି ତାଲିକା: ନବୀନ
ଭୁବନେଶ୍ବର, (ଓଡିଶା ଟାଇମ୍) :ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ପଞ୍ଚାୟତର ସରପଞ୍ଚ ସମସ୍ତେ ଦେବେ ସମ୍ପତ୍ତି ତାଲିକା। ତୃଣମୂଳ ସ୍ତରର କର୍ମୀଙ୍କ ମତାମତ ନେଇ ଏଥର ଚାଲିବ ଦଳ ଓ ସରକାର। ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ ଏଭଳି ନୂଆ ଫଣ୍ଡା ଧରାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ରାଜ୍ୟ ସ୍ତରରେ ଯାହାସବୁ ନିଷ୍ପତ୍ତି ନିଆଯାଉଛି ତାହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଦୁର୍ନୀତି ଦେଶର ସବୁଠାରୁ ବଡ଼ ଶତ୍ରୁ। ତେଣୁ ଦୁର୍ନୀତି ବିରୋଧରେ ଆମର ଲଢ଼େଇ ରାଜ୍ୟବାସୀଙ୍କ ବିଶ୍ବାସ ଜିତିଛି।
ଦୁର୍ନୀତି ବିରୋଧ ଲଢ଼େଇକୁ ଆଗକୁ ନେବା ପାଇଁ ନବୀନ ଏହି ସମୟରେ କହିଛନ୍ତି। ତଳସ୍ତରରୁ ସର୍ବୋଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ସଂପତ୍ତି ତାଲିକା ପ୍ରକାଶ କରିବା ବାଧ୍ୟତା ମୂଳକ ହେବ ଏବଂ ଏହାକୁ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ବୋଲି ନବୀନ କହିଛନ୍ତି।