ଏନ୍‌ପିସିଆଇ ପକ୍ଷରୁ ରୁପେ କଂଟାକ୍ଟଲେସ୍‌ରେ ନୂଆ ସୁବିଧା

ଭୁବନେଶ୍ବର, (ଓଡିଶା ଟାଇମ୍) :ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ କୁହାଯାଇଛି ଯେ ଏହା ରୁପେ କଂଟାକ୍ଟଲେସ୍ (ଅଫ୍‌ଲାଇନ୍‌) ସୁବିଧା ଉପସ୍ଥାପନ କରିଛି ଯାହା ଦୈନନ୍ଦିନ କାରବାର ଲାଗି ରୁପେ କାର୍ଡରେ ରିଲୋଡେବଲ୍ ୱାଲେଟ୍ ପ୍ରଦାନ କରୁଛି । ପରୀକ୍ଷାମୂଳକ ଭାବେ ଏହି ସୁବିଧା ଆରମ୍ଭ କରାଯାଇଛି । ଏହି ଅତିରିକ୍ତ ସୁବିଧା ରୁପେ କାର୍ଡଧାରୀଙ୍କ କାରବାର ଅନୁଭୂତିକୁ ବଢ଼ାଇବ ଏବଂ କାର୍ଡ ପେମେଂଟ୍ ବ୍ୟବସ୍ଥାରେ ବୈପ୍ଳବିକ ଉନ୍ନତି ଆଣିପାରିବ ।

ରୁପେ କାର୍ଡର ଗ୍ରାହକମାନେ ରିଲୋଡେବଲ୍ ୱାଲେଟ୍‌ରେ କିଛି ଟଙ୍କା ରଖିପାରିବେ । ପିଓଏସ୍ ମେସିନ୍‌ରେ କନେକ୍ଟିଭିଟି (ଯୋଗାଯୋଗ) ସମସ୍ୟା ଦେଖାଦେଉଥିବା ସମୟରେ ମଧ୍ୟ ଶୀଘ୍ର ଓ ନିରବଚ୍ଛିନ୍ନ କାରବାର ଲାଗି ଲୋକମାନେ ତାହାକୁ ବ୍ୟବହାର କରିପାରିବେ । ବିଶେଷ କରି ମେଟ୍ରୋ ଯାତ୍ରା, ବସ୍ ଟିକଟ୍‌, କ୍ୟାବ୍ ଭଡ଼ା ଆଦି ସ୍ୱଳ୍ପ ପରିମାଣର ପେମେଂଟ୍ ବେଳେ ଗ୍ରାହକମାନେ ଏହି ଅଫଲାଇନ୍ ସୁବିଧାକୁ ବ୍ୟବହାର କରିପାରିବେ । ଫଳରେ ଅପେକ୍ଷା ସମୟ ହ୍ରାସ ପାଇବ । ନିୟମିତ କାର୍ଡ କାରବାର ତୁଳନାରେ ଏହା ଅଧିକ ଶୀଘ୍ର ହୋଇପାରିବ ।

ଅଫ୍‌ଲାଇନ୍ କାରବାର ଲାଗି ପରୀକ୍ଷାମୂଳକ ଭାବେ ରିଜର୍ଭ ବ୍ୟାଙ୍କ ଅନୁମତି ପ୍ରଦାନ କରିଥିବାରୁ ଏହି ସୁବିଧାକୁ ସମସ୍ତ ରିଟେଲ୍ ଷ୍ଟୋର୍ ପର୍ଯ୍ୟନ୍ତ ପହଂଚାଇହେବ । ଯେଉଁ ସବୁ ସ୍ଥାନରେ ଇଟଂରନେଟ୍ ସଂଯୋଗ ଦୁର୍ବଳ କିମ୍ବା ସେଥିରେ କୌଣସି ସମସ୍ୟା ରହୁଛି ସେହି ସବୁ ଦୁର୍ଗମ କିମ୍ବା ଅପହଂଚ ସ୍ଥାନରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଏହା ଦ୍ୱାରା ଡିଜିଟାଲ୍ ପେମେଂଟ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ । ଦୋକାନୀମାନଙ୍କ ପାଇଁ ମଧ୍ୟ ପେମେଂଟ୍ ହାସଲ କରିବା ସହଜ ହେବ ।

ନଲିନ୍ ବଂଶଲ, ରୁପେ ଆଣ୍ଡ୍ ଏନ୍‌ଏଫ୍‌ଏସ୍ ମୁଖ୍ୟ, ଏନ୍‌ପିସିଆଇ କହିଛନ୍ତି ଯେ, “ନୂଆ ରୁପେ (କଂଟାକ୍ଟଲେସ୍‌) ଅଫଲାଇନ୍ ସୁବିଧାକୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ ଯାହାର ଲକ୍ଷ୍ୟ ହେଉଛି ଉନ୍ନତ ଏନ୍‌ଏଫ୍‌ସି ପ୍ରଯୁକ୍ତିି ଜରିଆରେ ଅଭିନବ କାର୍ଡ ପେମେଂଟ୍ ସମାଧାନ ପ୍ରଦାନ କରି ଗ୍ରାହକମାନଙ୍କ ପାଇଁ କାରବାର ଅନୁଭୂତିରେ ପରିବର୍ତନ ଆଣିବା । ଆମର ବିଶ୍ୱାସ ରହିଛି ଯେ ରୁପେ କଂଟାକ୍ଟଲେସ୍ ଅଫ୍‌ଲାଇନ୍ ସୁବିଧାର ଅଭ୍ୟୁଦୟ ହୋଇଥିବାରୁ ରୁପେ ଭିତ୍ତିଭୂମିର ଗ୍ରହଣୀୟତା ବୃଦ୍ଧି ପାଇବ ଏବଂ ଏହା ଦେଶର ବିଭିନ୍ନ ଭୌଗୋଳିକ ସ୍ଥାନରେ ଉଭୟ ଗ୍ରାହକ ଓ କାରୋବାରି ଙ୍କୁ ଯୋଡ଼ିବାରେ ସହାୟକ ହେବ । କଂଟାକ୍ଟଲେସ୍ ପେମେଂଟ୍‌ରେ କାରବାର ସୀମାକୁ ବଢ଼ାଇବା ଲାଗି ନିକଟରେ ଘୋଷଣା କରାଯାଇଥିବାରୁ ଗ୍ରାହକମାନେ ନିରାପତ୍ତା, ସୁବିଧା ଏବଂ ସୁରକ୍ଷାର ଏକ ନୂତନ ସ୍ତର ଦେଖିବେ । ଏନ୍‌ପିସିଆଇରେ ଆମର ବିଶ୍ୱାସ ରହିଛି ଯେ ରୁପେ କଂଟାକ୍ଟଲେସ୍ ଅଫ୍‌ଲାଇନ୍ ସୁବିଧା ଡିଜିଟାଲ୍ ପେମେଂଟ୍ ବ୍ୟବସ୍ଥାକୁ ସୁଦୃଢ଼ କରି ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବ ଏବଂ କମ୍ ନଗଦ ଅର୍ଥନୀତିର ସ୍ୱପ୍ନ ପୂରଣ କରିପାରିବ ।’’

Leave a Reply

Your email address will not be published.