ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଟ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ। ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ସର୍ବେଶ୍ୱର ରାଓ ଚାକିରୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଥିଲା ଏ ନେଇ ଗତକାଲି ସର୍ବେଶ୍ୱର ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମୁହାଁ ମୁହିଁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ।

ସୂଚନାଥାଉକି ଟାଟା କମ୍ପାନୀରେ ଚାକିରି  କରାଇ ଦେବା ନେଇ କୋଟି କୋଟି ଟଙ୍କା ଠକିଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରୁଥିଲେ ଆକାଶ ପାଠକ। ଜାଲିଆତି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ସହ ସର୍ବେଶ୍ବର ରାଓ ମଧ୍ୟ ସାମିଲ ଥିବା ଜଣାପଡିଛି। ଆଜି କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *