ଭିଜିଲାନ୍ସ ଜାଲରେ ବାରଙ୍ଗ ସବ୍ ରେଜିଷ୍ଟାର

ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ଜିଲ୍ଲା ସାଲେପୁରରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ କରିଛି ଭିଜିଲାନ୍ସ । ବାରଙ୍ଗ ସବ୍ ରେଜିଷ୍ଟାର ରଞ୍ଜନ କୁମାର ଦାସ ୮୫ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସାଲେପୁର ବାସଭବନରେ ଭିଜିଲାନ୍ସର ଏକ ଟିମ୍ ଚଢାଉ ଜାରି ରଖିଛି । ଏହି ଟିମରେ କଟକ ଭିଜିଲାନ୍ସ ଇନ୍ସପେକ୍ଟର ହେମନ୍ତ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଆରାଡ଼ି ବିଭାଗ ଦ୍ଵାରା ସାଲେପୁର କଳାଗ୍ନୀଠାରେ ଥିବା ଘରକୁ ମାପିଚୁପ କରାଯାଇଛି । ଏ ନେଇ ମଧ୍ୟ କିଛି ବ୍ୟାଙ୍କର ପାସବୁକ ଯାଞ୍ଚ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published.