ଆଇଆଇଏଫ୍‌ଏଲ୍ ଫାଇନାନ୍ସ ଓ ରୋହିତ ଶର୍ମାଙ୍କ ସିଧି ବାତ୍ ଅଭିଯାନ ଦ୍ୱାରା ୩୦ ଲକ୍ଷ ଗ୍ରାହକ ଉପକୃତ ହେବେ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତର ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଆଇଆଇଏଫ୍‌ଏଲ୍ ଫାଇନାନ୍ସ ଓ କ୍ରିକେଟ୍ ତାରକା ରୋହିତ ଶର୍ମାଙ୍କ ଦ୍ୱାରା ସିଧି ବାତ୍ ଅଭିଯାନ ଆରମ୍ଭ କରାଯାଇଛି ଯେଉଁଥିରେ ଆଇଆଇଏଫ୍‌ଏଲ୍‌ର ଗୃହ ଋଣ, ସୁନା ଋଣ ଓ ବ୍ୟାବସାୟ ଋଣ ବିଷୟରେ ସାରା ଭାରତର ୩୦ ଲକ୍ଷ ଗ୍ରାହକଙ୍କୁ ବର୍ଣ୍ଣନା କରାଯାଉଛି ।

ପ୍ରଭାବଶାଳୀ ବ୍ୟାଟିଂ,  ସଫଳ ଅଧିନାୟକତ୍ୱ ଏବଂ ସ୍ପଷ୍ଟ ଛବି ପାଇଁ ରୋହିତ ଜଣାଶୁଣା । ସିଧା କହିବା ଏବଂ ନିବାନ ରହିବା ପାଇଁ ଆଇଆଇଏଫ୍‌ଏଲ୍ ଫାଇନାନ୍ସର ଲକ୍ଷ୍ୟ ସହ ଖାପଖାଇବା ଲାଗି ସେ ବେଶ ଉପଯୁକ୍ତ । ଆଇଆଇଏଫ୍‌ଏଲ୍ ଫାଇନାନ୍ସ ହେଉଛି ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ଖୁଚୁରା ପ୍ରତି ଗୁରୁତ୍ୱ ଦେଉଥିବା ଏକ ଫାଇନାନ୍ସ କଂପାନି ଯାହାର ପରିଚାଚଳନା ଅଧୀନରେ ୪୦,୦୦୦ କୋଟି ଟଙ୍କାର ସଂପତି ଥିବା ବେଳେ ଏହ ୨୫୦୦ ସ୍ଥାନରେ ଉପସ୍ଥିତ ଅଛି । ସିଧି ବାତ୍ ଅଭିଯାନ ଯୋଗୁଁ ଲକଡାଉନ ୍‌ସମୟରେ ମଧ୍ୟ ଆଇଆଇଏଫ୍‌ଏଲ୍‌ର ଗ୍ରାହକ ଏବଂ ବ୍ୟବସାୟ ପରିମାଣ ବୃଦ୍ଧି ପାଇଥିଲା ଏବଂ ବିନା କୌଣସି ଅଦୃଶ୍ୟ ଶୁଳ୍କ ଜରିଆରେ କମ୍ ମୂଲ୍ୟରେ ଏହା ଋଣ ଯୋଗାଇ ଦେଇଛି ।

ଏହି ସହଯୋଗିତା ସଂପର୍କରେ ରୋହିତ ଶର୍ମା କହିଛନ୍ତି ଯେ, “ଆଇଆଇଏଫଏଲ୍ ଫାଇନାନ୍ସ ସହ ଯୋଡ଼ି ହୋଇଥିବାରୁ ମୁଁ ବହୁତ ଖୁସି । ସିଧି ବାତ ଭଳି ମୁଁ ଜୀବନ ବଂଚୁଛି ଏବଂ କ୍ରିକେଟ୍ ଖେଳୁଛି । ଜଣେ ସଫଳ କ୍ରିକେଟର ଖେଳାଳୀ ହେବା ଲାଗି କେବଳ କୌଶଳ ନୁହେଁ ନିଷ୍ଟା ଏବଂ ଆବେଗ ଦରକାର । ଜଣେ ଅଧିନାୟକ ଭାବେ ମୁଁ ସିଧି ବାତ୍‌ରେ ବିଶ୍ୱାସ କରେ କାରଣ ତାହା ହିଁ ହେଉଛି ସଫଳତା ପାଇଁ ଜରୁରୀ ।’’

ଶ୍ରୀଯୁକ୍ତ ଆର୍ ଭେଙ୍କଟରମଣ, ପରିଚାଳନା ନିର୍ଦେଶକ ଓ ସହ ପ୍ରତି ।ତା, ଆଇଆଇଏଫ୍‌ଏଲ୍ ଗ୍ରୁପ୍ କହିଛନ୍ତି ଯେ, “ରୋହିତ ଶର୍ମା ଆଇଆଇଏଫ୍‌ଏଲ୍‌ର ବ୍ରାଣ୍ଡ୍ ଆମ୍ବାସାଡର । ସେ ନିଜର ଷ୍ଟ୍ରେଟ୍ ଡ୍ରାଇଭ୍ ପାଇଁ ଜଣାଶୁଣା । ଆମେ ସିଧି ବାତ୍‌ରେ ବିଶ୍ୱାସ କରୁ ଏବଂ ସିଧା ସିଧା ବ୍ୟବସାୟ କରୁ । ଆଇଆଇଏଫ୍‌ଏଲ୍ ବ୍ରାଣ୍ଡ୍ ମୂଲ୍ୟର ଜୀବନ୍ତ ପ୍ରତିଫଳନ ହେଉଛନ୍ତି ରୋହିତ ।’’

Leave a Reply

Your email address will not be published.

%d bloggers like this: