ଏକାମ୍ର କ୍ଷେତ୍ର ପ୍ରକଳ୍ପ ସମୀକ୍ଷା କଲେ ଓଡ଼ିଶାର ୫-ଟି ସଚିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ଏକାମ୍ର କ୍ଷେତ୍ରର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ ଥଇଥାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିକଳ୍ପ ରାସ୍ତା କାମ ତ୍ବରାନ୍ବିତ ଓ ସଫେଇ କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ର ଗସ୍ତ କରି ଏକାମ୍ର ଯୋଜନାର ସମୀକ୍ଷା କରିଥିଲେ । ୫-ଟି ସଚିବଙ୍କ ସହ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ,  ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଯାହାର ଉନ୍ନୟମ କାମ ଜାରି ରହିଛି । ତେବେ ବୁଧବାର ଦିନ ଚାଲିଥିବା କାମରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ ଲିଙ୍ଗରାଜ ମନ୍ଦିର ନିକଟରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିବା ସହ ଶିବରାତ୍ରି ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published.