ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ “ଆକ୍ସିସ୍ ସ୍ପେସିଆଲ୍ ସିଚୁଏସନ୍ସ ଫଣ୍ଡ୍’ ଉନ୍ମୋଚିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ଆକ୍ସିସ୍ ସ୍ପେସିଆଲ୍ ସିଚୁଏସନ୍ସ ଫଣ୍ଡ୍ ଉନ୍ମୋଚନ କରାଯାଇଛି । ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଯାହା ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ଏକ ସ୍ୱତନ୍ତ୍ର ପରିସ୍ଥିତିର ବିଷୟକୁ ଅନୁସରଣ କରୁଛି । ଏହି ଫଣ୍ଡ୍ ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାରେ ଥିବା ସୁଯୋଗ ହାସଲ କରିବା ଲାଗି ନିବେଶକଙ୍କୁ ଅନୁମତି ପ୍ରଦାନ କରିବ । ଏହା ଉଭୟ ଭାରତ ଓ ବିଶ୍ୱ ବଜାର ସମେତ ବିଭିନ୍ନ ବଜାରରେ ନିବେଶ କରିବା ସହ ବଜାରର ବିଭିନ୍ନ କ୍ଷେତ୍ରରେ ଥିବା ସୁଯୋଗକୁ ହାସଲ କରିବା ଲାଗି ନିବେଶକମାନଙ୍କ ପାଇଁ ସହାୟକ ହେବ । ସ୍ରୋଡର ପକ୍ଷରୁ ଆନ୍ତର୍ଜାତିକ ନିବେଶ ପରାମର୍ଶ ପ୍ରଦାନ କରାଯିବ ।
ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ରେ ଏହି ସଂସ୍ଥାର ପ୍ରାୟ ୨୫ ପ୍ରତିଶତ ଅଂଶଧନ ରହିଛି । ଏହି ଫଣ୍ଡ୍ ଭାରତୀୟ ନିବେଶକମାନଙ୍କୁ ବୈପ୍ଳବିକ ପରିବର୍ତନ ସୃଷ୍ଟିକାରୀ ଷ୍ଟକରେ ନିବେଶ କରିବାର ସୁଯୋଗ ପ୍ରଦାନ କରିବ । ଏହାର ବିବିଧ-କ୍ଷେତ୍ର ଏବଂ ବିବିଧ-କ୍ୟାପ୍ ସଂପତି ଆବଂଟନ ରଣନୀତି ରହିଥିବା ବେଳେ ବିଶ୍ୱସ୍ତରୀୟ ଇକ୍ୱିଟି ବଜାରରେ ମଧ୍ୟ ଏହା ପହଂଚିପାରିବ ଯାହା ନିଶ୍ଚିତ କରିବେ ଏହାର ହିତାଧିକାରୀମାନେ କେବଳ ବୈପ୍ଳବିକ ପରିବର୍ତନକାରୀ ନୁହନ୍ତି ବରଂ ବୈପ୍ଳବିକ ପରିବର୍ତନକୁ ଗ୍ରହଣ କରୁଛନ୍ତି ମଧ୍ୟ । ଏହି ଫଣ୍ଡ୍ର ବେଂଚମାର୍କ ହେଉଛି ନିଫ୍ଟି ୫୦୦ ଟିଆର୍ଆଇ । ଏହାର ଏନ୍ଏଫ୍ଓ ୨୦୨୦ ଡିସେମ୍ବର ୪ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ ।
ଚନ୍ଦ୍ରେଶ କୁମାର ନିଗମ, ଏମ୍ଡି ଓ ସିଇଓ, ଆକ୍ସିସ୍ ଏଏମ୍ସି କହିଛନ୍ତି ଯେ, “ଆକ୍ସିସ ଏଏମସି ସବୁ ବେଳେ ଆମ ନିବେଶକମଙ୍କ ପାଇଁ ନୂଆ ଫଣ୍ଡର ଅଭିନବ ଚିନ୍ତାଧାରା ଆଣିବାକୁ ଉଦ୍ୟମ କରନ୍ତି ଯାହା ଆମେ ବିଶ୍ୱାସ କରୁ ଯେ ଦୀର୍ଘମିଆଦୀ ଭିତିରେ ସଂପତି ସୃଷ୍ଟି କରିବ । ଗୁଣାତ୍ମକ ମାନ ଉପରେ ଗୁରୁତ୍ୱାରୋପ କରିବା ସହିତ ଦାୟିତ୍ୱବାନ ନିବେଶକୁ ନେଇ ଆମର ରହିଥିବା ସ୍ୱତନ୍ତ୍ର ଓ ସମୟୋପଯୋଗୀ ଦର୍ଶନ ଅନୁସାରେ ଆମେ ଉତ୍ପାଦ ବିକଶିତ କରିଛୁ । ଆକ୍ସିସ୍ ସ୍ପେସିଆଲ ସିଚୁଏସନ୍ସ ଫଣ୍ଡ୍ ଶିଳ୍ପର ଏକ ଅଗ୍ରଣୀ ସଂପତି ପରିଚାଳନା ମଂଚ ଭାବେ ଆମ ଯାତ୍ରାକୁ ଜାରି ରଖିବ ଯାହା ଆମ ସମସ୍ତଙ୍କ ଆବଶ୍ୟକତା ଅନୁସାରେ ସେବା ପ୍ରଦାନ କରିବ । ପ୍ରଯୁକ୍ତିରେ ପରିବର୍ତନ ଓ ନୂତନତ୍ୱ ଯୋଗୁଁ ଆମ ପାରିପାଶ୍ୱିର୍କ ଦୁନିଆ ବଦଳୁଥିବା ବେଳେ ନିବେଶକମାନେ ଆବଂଟନ କରିପାରିବେ ଏବଂ ଏଥି ବିଷୟ-ଭାରତ ହେଉ କିମ୍ବା ବିଶ୍ୱ ବଜାରରୁ ଲାଭବାନ ହେବେ ।’’