ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ମହାମାରୀ କରୋନା ପାଇଁ ପାଠପଢା ଅନ୍‌ଲାଇନରେ ହେଉଥିବା ବେଳେ ପରୀକ୍ଷା କିପରି ହେବ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଦେଇଥିଲା। କରୋନା ପାଇଁ ସ୍କୁଲ କଲେଜ ବନ୍ଦ । ପାଢ ପଢା ଅନଲାଇନରେ ହେଉଛି । ତେବେ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନ କି ଅଫଲାଇନରେ ହେବ ସେନେଇ ଆଶଙ୍କା ଲାଗିରହିଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀଙ୍କ ଏଭଳି ଆଶଙ୍କାକୁ ଦୂର କରିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପରୀକ୍ଷା ହେଲେ ଅଫଲାଇନ୍‌ରେ ହିଁ ହେବ। ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇସାରିଛି । ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍‌ରେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ବିଳମ୍ବରେ ହେଲେ ମଧ୍ୟ ଛାତ୍ରଛାତ୍ରୀ ଏଥିରେ ବିବ୍ରତ ହେବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।

କରୋନା ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିଛି । ଅନଲାଇନରେ ପାଠପଢା ହେଉଛି । ଏଭଳି ପରିସ୍ଥିତିରେ ପରୀକ୍ଷା କିଭଳି ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ଅନଲାଇନ୍ କି ଅଫଲାଇନରେ ହେବ ସେ ନେଇ ଆଶଙ୍କା ଲାଗି ରହିଥିବାବେଳେ ମନ୍ତ୍ରୀ ସମୀର ଦାଶ ଏଭଳି ଆଶଙ୍କାକୁ ଦୂର କରିଛନ୍ତି ।

 

Leave a Reply

Your email address will not be published.